xmas

ଜାତୀୟ ଗ୍ରନ୍ଥାକାର ଦିବସ ପାଳିତ;ଜ୍ଞାନର ଅଭିବୃଦ୍ଧି ହେଲେ ସମାଜର ଉନ୍ନତି ଘଟିବ

ଭୁବନେଶ୍ୱର,୧୨ା୮ – ପଣ୍ଡିତ ନୀଳକଣ୍ଠ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜାତୀୟ ଗ୍ରନ୍ଥାକାର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଏଲ କେ ଭୋଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ଜ୍ଞାନର ଅଭିବୃଦ୍ଧି ହେଲେ ସମାଜର ଉନ୍ନତି ଘଟିବ । ଆମେ ଯେତେ ପଢିବା ସେତେ ଜ୍ଞାନ ଆହରଣ କରି ପାରିବା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ୫ଟି ମାଧ୍ୟମରେ ୫ ହଜାରରୁ ଅଧିକ ସ୍କୁଲର ବିକାଶ ହୋଇସାରିଛି । ଏଥିରେ ଇ-ଲାଇବ୍ରେରୀ ମଧ୍ୟ ସ୍ଥାନ ପାଇଛି । ଜ୍ଞାନର ଅଭିବୃଦ୍ଧି ପ୍ରକ୍ରିୟା ଏହିଭଳି ଆଗକୁ ଜାରି ରହିବ ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ରୂପେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ବି କେ ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ୧୨ ନମ୍ବର ଓ୍ବାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ର, ବିଜେଡି ଜିଲ୍ଲା ସମ୍ପାଦକ ତଥା ସମାଜସେବୀ ପ୍ରଶନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ମହାବିଦ୍ୟାଳୟରୁ କୃତିତ୍ୱର ସହ ଉୀର୍ଣ୍ଣ ହୋଇ ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟରତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.