xmas

୩୭ କେଜି ଓ ୫୦୦ ଗ୍ରାମ ଗଂଜେଇ ଜବତ; ୧ ଗିରଫ

ଚିତ୍ରକୋଣ୍ଡା- ଚିତ୍ରକୋଣ୍ଡା ଥାନା ଏସଆଇ ବିଜୟ କୁମାର ମାଝୀଙ୍କ ନେତୃତ୍ୱରେ ପୋଲିସ ଟିମ ଗତ କଲି ରାତି ପାଟ୍ରୋଲିଂ ଡ୍ୟୁଟି ଵେଦପଦର, ବନଙ୍ଗୁର କଲୋନୀ, ଏସଆର ଛକ ଏବଂ ରେଖାପାଳି ଅଞ୍ଚଳରେ ସନ୍ଧିଗ୍ଧ ଗାଡି ଯାଞ୍ଚ କରିଥିଲେ l ଏହି ସମୟରେ ସେମାନେ ଦେଖିଲେ ଗୋଟିଏ କଲା ରଙ୍ଗର ପଲସର ଗାଡି ନମ୍ବର- ୨୨୦ ରେ ଜଣେ ଯୁବକ ଦୁଇଟି ପ୍ଲାଷ୍ଟିକ ଜରି ବ୍ୟାଗ ଧରି ଆସୁଥିବା ଦେଖିବାକୁ ପାଇଥିଲେ l ପୋଲିସ ପାର୍ଟି ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ l ପୋଲିସ ପାର୍ଟି ଦେଖି ବାଇକ ଆରୋହୀ ସେଠାରେ ଗାଡି ଛାଡି ଜଙ୍ଗଲକୁ ଦୌଡିଯାଇ ସେଠାରୁ ଖସିବାକୁ ଚେଷ୍ଟା କରିଥିଲା l ପୋଲିସ ପାର୍ଟି ତାକୁ ଧରିବାରେ ସଫଳ ହୋଇଥିଲା l ଅଧିକ ଯାଞ୍ଚରୁ ଜଣାପଡିଥିଲା ଯେ ସେ ୩୭ କିଲୋଗ୍ରାମ ଏବଂ ୫୦୦ ଗ୍ରାମ ଗଂଜେଇ ଧରି ମଧ୍ୟପ୍ରଦେଶ ବିକ୍ରି ପାଇଁ ନେଉଥିଲା l ଚିତ୍ରକୋଣ୍ଡା ଥାନା ମାମଲା ନମ୍ବର ୯୯/୨୨ ପଞ୍ଚିକୃତ ହୋଇ ଅନୁସନ୍ଧାନ କରାଯାଇଛି l ଗିରଫ ଯୁବକ ଜଣଙ୍କ ହେଲେ ଶୁଭମ ଡାଙ୍ଗି ମଧ୍ୟପ୍ରଦେଶ ରାଜ୍ୟରେ ଘର l ଆଜି ଅପରାହ୍ନରେ ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡା ସୂଚନା ଦେଇଛନ୍ତିl

Leave A Reply

Your email address will not be published.