ଆମ ଆଦମୀ ପାର୍ଟିର ରାଜ୍ୟ କର୍ମୀ ସମ୍ମିଳନୀରେ ଯୋଗ ଦେବା ପାଇଁ ମାଲକାନଗିରି ଜିଲ୍ଲା ଆପ ପକ୍ଷରୁ ଆହ୍ବାନ ।

ମାଲକାନଗିରି: ଅଗଷ୍ଟ ୨୧ ତାରିଖ ରେ ଆମ ଆଦମୀ ପାର୍ଟି ପୋକ୍ଷ ରୁ ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀ ଭବନେଶ୍ୱର୍ ଠାରେ ଅନୁଷ୍ଟିତ ହେବ । ଏଥିରେ ଓଡ଼ିଶା ସମସ୍ତ ପଞ୍ଚାୟତ,ବ୍ଲକ୍ ଓ ଜିଲ୍ଲା ରୁ କର୍ମୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଶିକ୍ଷା,ସ୍ବାସ୍ଥ୍ୟ,ସଡ଼କ,ରୋଜଗାର,ବିଜୁଳି,ମହିଳା ସଶକ୍ତିକରଣ ,ଆଦିବାସୀ ବିକାଶ ର ରାଜନୈତିକ କାର୍ଯ୍ୟକ୍ରମ ରହି ଅଛି । ତେଣୁ ଆମ ଆଦମୀ ପାର୍ଟି ମାଲକାନଗିରି ଜିଲ୍ଲା ସଭାପତି କେ ଦେଶୀ ରାଜୁ ଆଚ।ରି ଙ୍କ ସଭାପତି ତ୍ୱରେ ସଦର ମହକୁମାରେ ରେ ଥିବା ସ୍ବାଗତ ହୋଟେଲ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଆଗାମୀ ୨୧ ତାରିଖ ଦିନ ରାଜ୍ୟ ସ୍ତରୀୟ ସମ୍ମିଳନୀ ରେ ଯୋଗ ଦେବା ପାଇଁ ଜିଲ୍ଲା ରୁ ବିଭିନ୍ନ ଅନୁକୋଣ ରୁ କର୍ମୀ ମାନେ ଯିବାର କାର୍ଯ୍ୟକ୍ରମ ରହିଛି ।ଏବଂ ରାଷ୍ଟ୍ରୀୟ ଆମ ଆଦମୀ ପାର୍ଟି ର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ବାର୍ତ୍ତା କୁ ପହଞ୍ଚାଯିବ।ର କାର୍ଯ୍ୟକ୍ରମ ରହିଅଛି । ପ୍ରେସ ବାର୍ତ୍ତା ରେସମୀର ବୈରାଗୀ, କେନା ରାମ ସରକାର,ମନୋଜ ମଣ୍ଡଳ,ଦଶରଥ ମାଡ଼ କ।ମି,ଯୀଶୁ ଦାନ ବାଗ,ରାମ ଚନ୍ଦ୍ର କ।ର।ମି,ସନ୍ତୁ କୁମାର ବିଶ୍ୱାସ ପ୍ରମୁଖ ଜିଲ୍ଲା ଆମ ଆଦମୀ ପାର୍ଟି ନେତ୍ରୁବର୍ଗ ଉପସ୍ଥିତ ରହିଥିଲେ। ଏହି ରାଜ୍ୟ ସ୍ତରୀୟ ସମ୍ମିଳନୀ ରେ ନିଶିକାନ୍ତ ମହାପାତ୍ର ରାଜ୍ୟ ଆପ୍ର ଆବାହକ ଏବଂ ଦିଲ୍ଲୀର ବିଧାୟକ ବିରେନ୍ଦର ସିଂ କାଦିଆନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.