xmas

ବାରିପଦା କଲେଜ ପରିସର ରେ ଆଜାଦି କି ଅମୃତ ମହୋତ୍ସବ ପାଳିତ

ବାରିପଦା: ୧୩/୦୮ – ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ । ଏନେଇ ସାରା ଦେଶରେ ହର୍‌ ଘର୍‌ ତ୍ରିରଙ୍ଗା ପାଳନ ପୂର୍ବକ ସମମ କରିବା ନେଇ କେନ୍ଦ୍ର ସରକାର ଦେଶ ବାସୀଙ୍କ ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାରିପଦା କଲେଜ ଠାରେ ଆଜାଦି କା ଅମୃତ ମୋହୋତ୍ସବ ପାଳନ ହୋଇ ଯାଇଛି। ବାରିପଦା କଲେଜ ଏବଂ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ବାରିପଦା ଶାଖାର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କଲେଜ ପରିସରରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ମୁର୍ଗବାଡି,ଭଂଜପୁର ହୋଇ କଲେଜ ପରିସର ରେ ପହଞ୍ଚିଥିଲେ। ପରେ କଲେଜ ହଲ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗୀତା ରଖା ଯାଇଥିଲା। ଏହାପରେ କଲେଜ ରେ ଥିବା ସମ୍ମିଳନୀ କକ୍ଷରେ ଏକ ଆଲୋଚନା ସଭାର କାର୍ଯ୍ୟକ୍ରମ ରଖାଯାଇଥିଲା। ଏହି ଆଲୋଚନା ସଭାରେ ଅଜାଦୀ କି ଅମୃତ ମହୋତ୍ସବ ତଥା ସ୍ବାଧିନତାର ୭୫ ବର୍ଷରେ ଦେଶର ଗୌରବମୟ ଇତିହାସ ସମ୍ପର୍କରେ ଆଲୋଚନା ହୋଇଥିଲା। ବାରିପଦା ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ. ପ୍ରବୋଧ ଦେ ଏବଂ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଅଞ୍ଜଳି ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାରିପଦା ନଗର ପ୍ରମୁଖ ସନ୍ଦୀପ କୁମାର ଚାନ୍ଦ, ପ୍ରଶିକ୍ଷକ ଶିବଶଙ୍କର ଗିରି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନେକ ଘାତ ପ୍ରତିଘାତ ଅନେକ କଷ୍ଟ କରି ତଥା ଅନେକ ଜୀବନ ଯିବା ପରେ ୧୯୪୭ ଅଗଷ୍ଟ ୧୫ ତାରିଖ ଠାରୁ ଆମ ଦେଶ ଭାରତ ଏକ ସ୍ବାଧିନ ରାଷ୍ଟ୍ର ଭାବେ ଘୋଷିତ ହୋଇଥିଲା। ସେହି ବର୍ଷ ଠାରୁ ଆମେ ଅଗଷ୍ଟ ୧୫ ତାରିଖ କୁ ସ୍ବାଧୀନତା ଦିବସ ଭାବେ ପାଳନ କରି ଆସୁଛୁ। ଯାହାକି ଚଳିତ ବର୍ଷ ୭୫ ବର୍ଷରେ ପଦାର୍ପଣ କରିଛି। ୭୫ ତମ ସ୍ବାଧୀନତା ଦିବସ କୁ ‘ଆଜାଦି କି ଅମୃତ ମହୋତ୍ସବ’ ଭାବେ ପାଳନ କରାଯାଉଛି। ତେଣୁ ସେହି ମହାମନିଷୀ ମାନଙ୍କ କଷ୍ଟ ଓ ବଳିଦାନ କୁ ମନେ ପକାଇବା ସହିତ ଦେଶ ମାତୃକାର ସେବାରେ ନିଜକୁ ସାମିଲ କରାଇବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ ଉପସ୍ଥିତ ଅତିଥିମାନେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଜ୍ୟୋତ୍ସ୍ନାରାଣି ଦତ, ସରୋଜ କୁମାର ବେହେରା, ଡ. ଅଞ୍ଜଳୀ ପଣ୍ଡା, ସଞ୍ଜୁକ୍ତାରାଣୀ ସୁର୍, ଅଟଳ କୁମାର ମହାନ୍ତଙ୍କ ସମେତ ସ୍ବେଚ୍ଛାସେବୀ ତଥା କଲେଜ ର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ଗତ ୫ ତାରିଖ ଠାରୁ କଲେଜ ପରିସର ରେ ୧୦ ଦିନିଆ ଯୋଗ ଶିବିର ର ଆୟୋଜନ କରାଯାଇଛି।

Leave A Reply

Your email address will not be published.