ପୋଖରୀରେ ବୁଡ଼ି ନାବାଳିକା ମୃତ। ଗ୍ରାମ ରେ ଶୋକାକୁଳ ପରିବେଶ।

କାଲିମେଳା , ୧୨/୮ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗଣ୍ଠି ପଞ୍ଚାୟତ ଏମଭି୭୪ ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି । ହସଖୁସିରେ ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିବା ଜଣେ ନାବାଳିକା ଶିଶୁ ମାମୁଁ ଘରେ ଖେଳୁଥିବା ସମୟରେ ପୋଖରୀ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ନାବାଳିକା ଜଣଙ୍କ ଚିତ୍ରଙ୍ଗପଲ୍ଲି ପଞ୍ଚାୟତ ଅନ୍ତର୍ଗତ ଏମଭି ୯୮ ଗ୍ରାମର ନରେଶ ମଣ୍ଡଳଙ୍କ ସାଢ଼େ ୪ବର୍ଷର ଝିଅ ଅଞ୍ଜଳି ମଣ୍ଡଳ ବୋଲି ଜଣାପଡିଛି । ସକାଳେ ନାବାଳିକାର ମା ‘ ଉମା ମଣ୍ଡଳ ଏମଭି ୭୪ ଗ୍ରାମସ୍ଥିତ ନିଜ ବାପା ଘରକୁ ବୁଲିବାକୁ ଯାଇଥିଲେ । ମା ’ ସହ ଝିଅ ଅଞ୍ଜଳି ମଧ୍ୟ ଉକ୍ତ ଗ୍ରାମକୁ ଯାଇଥିଲା । ଗତକାଲି ଶୁକ୍ରବାର ଅପରାହ୍ନ ଦିନ ପ୍ରାୟ ୨ଟାରେ ଅଞ୍ଜଳି ଘର ଠାରୁ କିଛି ଦୂରରେ ଖେଳୁଥିବା ସମୟରେ ପାଖରେ ଥିବା ଗାଁ ପୋଖରୀରେ ପଡ଼ିଯାଇଥିଲେ । ବହୁ ସମୟ ପରେ ନାବାଳିକାକୁ ପରିବାର ଲୋକ ପାଣି ଭିତରୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବାବେଳେ ଡାକ୍ତର ଅଞ୍ଜଳିକୁ ମୃତ ଘୋଷାଣ କରିଥିଲେ । ଏମଭି ୭୯ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି । ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ମୃତ ନାବାଳିକା ପରିବାରକୁ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.