ବିଏସଏଫ ଓ ନୋଡାଲ ବିଦ୍ୟାଳୟ ମିଳିତ ସହଯୋଗରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ମାଲକାନଗିରି ତା-୧୩/୦୮/୨୦୨୨- ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଏସଏଫ ର କମାଣ୍ଡିଗ୍ ଇନ୍ସପେକ୍ଟର ଅନୁପ ସିଂ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡଙ୍କ ନେତୃତ୍ବରେ ସମସ୍ତ ବିଏସଏଫ ଯବାନ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ଭାରତ ସ୍ଵାଧିନତାର ୭୫ ତମ ଜୟନ୍ତୀ (ଆଜାଦି କା ଅମୃତ ମହୋତ୍ସବ) ର ଗୈାରବ ମୟ ଘଟଣାକୁ ପ୍ରଚାର ପ୍ରସାର କରିଥିଲେ । ଦିନେ ଯେଉଁ ଅଞ୍ଚଳରେ ମାଓବାଦୀମାନେ ଦମନ ଲୀଳା ଚଳାଇ ଲୋକଙ୍କୁ ଭୟଭୀତ କରିବା ସହ ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଆତ°କିତ କରାଉଥିଲେ, ଆଜି ସେହି ଅଞ୍ଚଳରେ ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାର ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ବିଏସଏଫ ଓ ବିଦ୍ୟାଳୟ ତରଫରୁ ଏଭଳି ଏକ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିବା ଯୋଗୁଁ ସମଗ୍ର ଅଞ୍ଚଳରେ ନାହିଁ ନଥିବା ଆନନ୍ଦ ଖେଳିଯାଇଥିଲା ଏବଂ ଏଥିରେ ସାଧାରଣ ଜନତା, ଅବିଭାବକ ଓ ଶିକ୍ଷାପ୍ରେମୀ ମାନେ ବହୁଳ ଭାବରେ ସାମିଲ୍ ହୋଇଥିବା ଜଣାଯାଏ । ବିଏସଏଫ ଇନ୍ସପେକ୍ଟର ଶ୍ରୀ ଅନୁପ ସିଂ ଯୋଗଦାନ କରି ଭାରତୀୟ ସ୍ବାଧୀନତା ଦିବସ, ତ୍ରିରଙ୍ଗା ପତାକା ର ମହତ୍ୱ ଓ ବୀର ସହୀଦ ମାନଙ୍କ ବଳିଦାନର ତାତ୍ପର୍ଯ୍ୟ ସମ୍ପର୍କରେ ପିଲା ମାନଙ୍କୁ ବୁଝାଇ ଥିଲେ ।

Leave A Reply

Your email address will not be published.