ସ୍ୱାଭିମାନ ଅଂଚଳର ଧୂଳିପୁଟ ରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି

ମାଲକାନଗିରି- ସ୍କୁଲ ସ୍ଥାପନ ପର ଠାରୁ ଆଜି ପର୍ଯ୍ୟନ୍ତ ଶ୍ରେଣୀ ଗୃହ ଅଭାବ ରେ ହିଁ ରହିଛି।ତେଣୁ ବାଧ୍ୟ ହୋଇ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମ ରୁ ଅଷ୍ଟମ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶ୍ରେଣୀରେ ବସୁଛନ୍ତି।ଅନ୍ୟ ଦୁଇଟି ଶ୍ରେଣୀ ଗୃହ ଅଛି ସେଠାରେ ପାଠ ପଡିବା ବିପଦପୂର୍ଣ୍ଣ। ଉପରର ଆଜବେଷ୍ଟ କଣା , ପ୍ଲାସ୍ଟର ଓ ଫୋଲରିଙ୍ଗ ଛାଡିଯାଇଛି।କେତେବେଳେ ଭୂଷିଡି ପଡିବ କହି ହେବ ନାହିଁ। ତେଣୁ ଜାଗା ଅଭାବ ଯୋଗୁଁ ବାରଣ୍ଡାରେ ବସି ପାଠ ପଡୁଛନ୍ତି। ଗୋଟିଏ କ୍ଳାସ ରୁମ ହୋଇ ଥିବାରୁ ଗୋଟିଏ ଶ୍ରେଣୀର ପାଠ୍ୟ ଅନ୍ୟ କ୍ଳାସ ପିଲା ଶୁଣିବାକୁ ବାଧ୍ୟ, ତେଣୁ ଛାତ୍ରଛାତ୍ରୀ ପାଠ ପଡିବା ବେଶୀ ଅସୁବିଧା ରେ ସମ୍ମୁଖିନ ହୋଉଛନ୍ତି।

ଧୂଳିପୁଟ ସ୍କୁଲରେ ଆବଶ୍ୟକ ଭିତ୍ତିଭୂମିର ଅଭାବ।ସ୍କୁଲରେ ଅତିରିକ୍ତ ଶ୍ରେଣୀଗୃହ ଆବଶ୍ୟକ ରହିଛି। ପାଚିକା କହିବା ଆଧାର ରେ ରୋଷେଇ ଘର ଅଭାବ ଗୋଟିଏ ଭଙ୍ଗାରୁଜା କୁଡ଼ିଆରେ ଅସୁରକ୍ଷିତ ଭିତରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଉଛି। ସ୍କୁଲରେ ପାଚେରୀ ନାଁହି ଏବଂ ସ୍କୁଲ ମଝିରେ ଗୋଟିଏ ଜରାଜୀର୍ଣ୍ଣ କୂଅ ଅଛି କେତେ ବେଳେ ଅଘଟଣ ଘଟିବ କହିହେବ ନାଁହି ।ଗୋଟିଏ ହଷ୍ଟେଲରେ ଭିତରେ ୮୦ ପିଲା ରହୁଥିବା ବେଳେ, ପିଲାଏ ରହିବା ସହ ଷ୍ଟୋର ରୁମ ପରି ବ୍ୟବହାର କରାଯାଉଛି ହଷ୍ଟେଲ ଘରକୁ।ସେହିପରି ହଷ୍ଟେଲ ରୁମ ଅତି ଆବଶ୍ୟକ ରହିଛି।ସ୍କୁଲର ଶିକ୍ଷକ କହିଛନ୍ତି ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ବାରମ୍ବାର ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି କିନ୍ତୁ ନିର୍ମାଣ ହେଉପାରୁଣୀ ବିଦ୍ୟାଳୟ ଧୂଳିପୁଟର ବାରଣ୍ଡା ବସି ପଡୁଥିବା ଓ ଶ୍ରେଣୀ ଗୃହ ନିର୍ମାଣ କଥା ନଥିବା ନେଇ ମାଲକାନଗିରି ଡ଼ି ଇ ଓପଚାରିବାରୁ ସେ କହିଥିଲେ ନୂତନ ଶ୍ରେଣୀ ଗୃହ ନିର୍ମାଣ ଚାଲିଛି ,କହିବାକୁ ଗଲେ ତାଙ୍କ ପାଖରେ ସଠିକ ତଥ୍ୟ ନାଁହି କି ଏକ ଦାୟିତ୍ୱ ହୀନତାର ପ୍ରତିକ୍ରିୟା ଦେଇଥିଲେ।

Leave A Reply

Your email address will not be published.