ରାଜ୍ୟରେ ୨୦୧୭-୧୮ ମସିହାରୁ ଆରମ୍ଭ ମିଲେଟ୍‍ ମିଶନ୍‍କୁ ଆଉ ୬ବର୍ଷ ଅର୍ଥାତ୍‍ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି

ରାଜ୍ୟରେ ୨୦୧୭-୧୮ ମସିହାରୁ ଆରମ୍ଭ ମିଲେଟ୍‍ ମିଶନ୍‍କୁ ଆଉ ୬ ବର୍ଷ ଅର୍ଥାତ୍‍ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତ ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ମିଲେଟ୍‍ ମିଶନ୍‍ରେ ୨୮୦୮ କୋଟି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏହା ବ୍ୟତୀତ ୧୨ଶହ କୋଟି ଟଙ୍କାରେ ଦୁଇ ବର୍ଷ ପାଇଁ ୯ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ ।

ଜଳଜୀବନ ମିଶନ୍‍ ଯୋଜନାରେ ଢେଙ୍କାନାଳ ଜିଲ୍ଲାରେ ୪ଟି, କେନ୍ଦ୍ରାପଡ଼ା ଜିଲ୍ଲାରେ ୩ଟି ଓ ବାଲେଶ୍ୱର ଜିଲ୍ଲା ପାଇଁ ୨ଟି ପାନୀୟ ଜଳ ପ୍ରକଳ୍ପ କରାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିରେ ମୋଟ୍‍ ୧୦ଲକ୍ଷରୁ ଊଦ୍ଧ୍ୱର୍ ଲୋକ ଉପକୃତ ହେବେ । ବର୍ଷା ଜଳର ସଂରକ୍ଷଣ ନିମିତ ଛାତ ଉପରେ ଜଳ ଅମଳ ପଦ୍ଧତିରେ ‘ଛାତ’ ନାମରେ ଏକ ନୂଆ ଯୋଜନା ୫୨ଟି ବ୍ଲକ୍‍ ଓ ୨୨ଟି ସହରାଞ୍ଚଳ ପାଇଁ ୨୭୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରି କରାଯିବ ।

Leave A Reply

Your email address will not be published.