ଫୁଲବାଣୀ -୧୪/୦୮
ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଖଣ୍ଡ ଭାରତଦିବସ ଉତ୍ସବ, ଭାରତ ମାତା ପୂଜନ କାର୍ଯ୍ୟକ୍ରମ, ସାମୂହିକ ରାଷ୍ଟ୍ର ବନ୍ଦନା, ମାତୃ ଭାରତୀ ଗଠନ, ମାତୃ ସମ୍ମିଳନୀ ଓ ରଙ୍ଗୋଲି ପ୍ରତିଯୋଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାଳିତ ହୋଇଯାଇଛି l ପ୍ରବଳ ବର୍ଷା ସତ୍ତ୍ୱେ ଶିଶୁମାନଙ୍କ ଦ୍ୱାରା ଭାରତ ମାତା ପୂଜନ, ସାମୂହିକ ବନ୍ଦେ ମାତରମ ଗାନ, କ୍ରାନ୍ତିବୀର ମାନଙ୍କ ଝାଙ୍କି ପ୍ରଦର୍ଶନ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଧଳ ପ୍ରଦୀପ ପ୍ରଜ୍ବଳନ କରି ଭାରତ ମାତାର ପୂଜନ କରିଥିଲା ବେଳେ ଘୋଷ ର ତlଳେ ତlଳେ ସାମୂହିକ ରାଷ୍ଟ୍ର ଗୀତ ଗାନ କରି କ୍ରାନ୍ତି ବୀର ମାନଙ୍କୁ ସମ୍ମାନ ଦିଆ ଯାଇଥିଲା l ମାତୃ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ପରିଚାଳିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଷ୍ଟ୍ର ଓ ବ୍ୟକ୍ତି ନିର୍ମାଣରେ ମା’ ମାନଙ୍କର ବଳିଷ୍ଠ ଭୂମିକା ବିଷୟରେ ଭାବଗର୍ଭକ ଭାଷଣ ପ୍ରଦାନ କରିଥିଲେ l ନେତାଜୀ ସୁଭାଷ ବୋଷ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ଅଧ୍ୟାପିକା ଶ୍ରୀମତୀ ସ୍ଵାଗତିକl ସାହୁ ଶୃଙ୍ଖଳା ଓ ସଂସ୍କାର ଦିଗରେ ମା’ ମାନଙ୍କର ଯେଉଁ ତ୍ୟାଗ ରହିଛି ଆଲୋଚନା କରିଥିଲେ l କନ୍ୟାଶ୍ରମର ପ୍ରଧାନ ଆଚାର୍ଯ୍ୟl ରାଜଲକ୍ଷ୍ମୀ ଭଉଣୀ ମଂଚାସୀନ ଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଧଳ ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଭାପତି ଶ୍ରୀ ପୁରୁଷୋତ୍ତମ ଲେଙ୍କା ଅଧ୍ୟକ୍ଷତା କରିଥିଲେ ଓ ସହ ସମ୍ପାଦକ ଶ୍ରୀ ମୁରଲୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ମାତୃ ଶକ୍ତିର ଜାଗରଣ ପାଇଁ ମାତୃ ଭାରତୀ ଗଠନ ହୋଇଥିଲା l ସଭାନେତ୍ରି ଭାବରେ ସ୍ଵାଗତିକ ସାହୁ, ସମ୍ପାଦିକା ପ୍ରଶାନ୍ତି ସାହୁ, କୋଷାଧ୍ୟକ୍ଷl ମଧୁସ୍ମିତା ବେହେରା, ସଦସ୍ୟl ବିଷ୍ଣୁପ୍ରୀୟା ସାହୁ,ସସ୍ମିତା ଭୋଇ, ମମିତl ମlଝି, ପ୍ରମୁଖ ମନୋନୀତl ହୋଇଥିଲେ l ପରେ ପରେ ମା’ ମାନଙ୍କ ଦ୍ୱାରା ଏକ ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା l ଉପଦେଷ୍ଠା ରାମକୃଷ୍ଣ ପାଢ଼ୀ, ଉପ ସଭାପତି ପ୍ରସନ୍ନ କୁମାର ସାହୁ, ସମ୍ପାଦକ ହୀରାଲାଲ ପ୍ରଧାନ, ସଦସ୍ୟ ସୁଶାନ୍ତ ପାତ୍ର, ଶରତ ସାହୁ ଉମାକାନ୍ତ ପାତ୍ର ଏବଂ ସମସ୍ତ ଗୁରୁଜୀ ଗୁରୁମା ସକ୍ରିୟ ଭାବେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ l ଶିକ୍ଷା ବିକାଶ ସମିତି, ଦକ୍ଷିଣ – ପୂର୍ବ ସମ୍ଭାଗର ଶିଶୁ ବାଟିକା ସଂଯୋଜକ ଶ୍ରୀ ଅରୁଣ କୁମାର ବାଗ ମାର୍ଗଦର୍ଶକ ଭାବେ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.