xmas

କୋଟପାଡ଼ରେ ସ୍ଵାଧୀନତା ଦିବସ ପାଳିତ

କୋଟପାଡ଼ ତା.୧୫.୦୮.୨୦୨୨- ଆଜି କୋଟପାଡ କୋର୍ଟରେ ବିଚାରପତି ଦିଲୀପ ବାରିକ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ପୂର୍ବତନ ସଭାପତି ପଙ୍କଜ କୁମାର ପାତ୍ର, ଉପସଭାପତି ପ୍ରଦୀପ ବକ୍ସି, ସମ୍ପାଦକ ଗୁପ୍ତ ମହାନ୍ତି, ଶଙ୍କର ପଣ୍ଡା, ମୁକ୍ତେଶ୍ଵର ନାୟକ, ଗୁପ୍ତ ବେହେରା, ପ୍ରଦୀପ ବକ୍ସି, ଦୁର୍ଗା ସାହୁ, ବିଦ୍ୟୁତ୍ ବକ୍ସି, ଓ କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। କୋଟପାଡ କଂଗ୍ରେସ ଅଫିସରେ ବ୍ଲକ୍ କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି ପତାକା ଉତ୍ତୋଲୋନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏନ ଏ ସି ଅଧ୍ୟକ୍ଷ ଏମ ଶଙ୍କର ରାଓ , ପ୍ରଦେଶ କଂଗ୍ରେସ ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ, ଶଙ୍କର ପଣ୍ଡା, ବାବୁଲି ନାୟକ, ରମା ବିଶୋଇ, କାଉନସିଲର ଟିକୁ ବିଶୋଇ, ୟୁସୁଫ ଅଲ୍ଲୀ, କଲୁ ମାଝୀ, ରେହେମନ ଖାଁ, ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ନାଥ ମହାପାତ୍ର, ଏ,ରମୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଗାନ୍ଧୀ ଛକ ଠାରେ ବିଧାୟକ ପଦ୍ମିନୀ ଡିଆନ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଗଷ୍ଟ ୧୫ ର ସମ୍ପାଦକ ଗଣେଶ ପଣ୍ଡା, ଅଧ୍ୟକ୍ଷ ଏମ ଶଙ୍କର ରାଓ, ପଙ୍କଜ ପାତ୍ର, ବିଧାୟକ ପ୍ରତିନିଧି ପ୍ରଦୀପ ବକ୍ସି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖୋରଆ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.