xmas

ଦେବଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ବାଧୀନତା ଦିବସ ପାଳନ

ତା.୧୫.୦୮.୨୦୨୨ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଦେବଗଡ଼ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ପ୍ରଧାନଚାର୍ଯ୍ୟ ଶ୍ରୀଯୁକ୍ତ ରଞ୍ଜନ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଶ୍ରୀଯୁକ୍ତ ଯାମଲାର୍ଜୁନ ସାହୁ,ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ଓ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ସୌଭାଗ୍ୟ ନାଥ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ ।ପ୍ରଧାନଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସ୍ୱାଧୀନତା ର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ଅବସରରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର ୪୬ ଜଣ କୃତି ଛାତ୍ରଛାତ୍ରଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ ୯୦%ରୁ ଅଧିକ ନମ୍ବର ସହ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଏହି ଅବସରରେ ଦୈନିକ ଖବରକାଗଜ ପ୍ରମେୟ ଦ୍ୱାରା ସମ୍ମାନିତ କରାଯାଇଥିଲା ।ବାଞ୍ଛାନିଧି ସାହୁ ଗୁରୁଜୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସମ୍ପାଦିତ ହୋଇଥିଲା ।ପରିଶେଷରେ ଘୋଷ ବାଦ୍ୟ ସହିତ ଶିଶୁ ମାନେ ତ୍ରିରଙ୍ଗା ଯାତ୍ରା କରି ପୁରୁଣାଗଡ଼ ପରିଭ୍ରମଣ କଲେ ।

Leave A Reply

Your email address will not be published.