xmas

କୁନ୍ଦଳ ବିଜେପି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ବଡ଼ଚଣା :ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତର ବିଜେପି ପକ୍ଷରୁ ପଚସ୍ତରୀ ତମ ସ୍ୱାଧୀନତା ଦିବସ କୁନ୍ଦଳ ହାଟ ପଡିଆ ପରେ ପରେ ପଞ୍ଚାୟତ ଅଫିସରେ ଖୁବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ପଞ୍ଚାୟତର ବିଜେପି ସଭାପତି ଖିରୋଦ ବିଶ୍ୱାଳ,ସରପଞ୍ଚ ଶ୍ରୀମତୀ ପ୍ରମିତା ରାଉତ, ସମିତି ସଭ୍ୟ ଗଗନ ବିହାରୀ ଦାଶ, ନାଏବ ସରପଞ୍ଚ ସନ୍ତୋଷ କୁମାର ପରିଡା ଏବଂ ସମସ୍ତ ୱାର୍ଡର ୱାର୍ଡ ମେମ୍ବର ମାନଙ୍କ ବ୍ୟତୀତ କୁନ୍ଦଳ ବିଜେପିର ସମସ୍ତ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ l ପତାକା ଉତୋଳନ ସଭାପତି, ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଦ୍ୱାରା କରାଯାଇଥିଲା l ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ପଚସ୍ତରୀ ବର୍ଷ ସ୍ୱାଧୀନତା ଦିବସରେ ଦେଶ ଆଜି ଅଜାଦି କା ଅମୃତ ମହୋତ୍ସବ ପାଳନ କରୁଛି ଇଏ ଏକ ଖୁସିର କଥା ବୋଲି ସରପଞ୍ଚ ମହୋଦୟା କହିବା ସହ ଦେଶ ସ୍ୱାଧୀନତାରେ ପ୍ରାଣ ହରାଇ ଥିବା ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ପରେ ପରେ ସଭାପତି, ସମିତିସଭ୍ୟ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଶେଷରେ ସମସ୍ତ କର୍ମକର୍ତ୍ତା ମାନେ ସ୍ୱାଧୀନତାରେ ଅଂଶ ଗ୍ରହଣ କରିଥିବା ସହୀଦ ମାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଥିଲେ l ଶେଷରେ କାର୍ଯ୍ୟକ୍ରମ ସରିବା ପରେ ସମସ୍ତ କର୍ମୀ ମାନେ ମିଷ୍ଟାନ ଖାଇ ଫେରିଥିଲେ l

Leave A Reply

Your email address will not be published.