xmas

ଜିଲ୍ଲା ମୁଖ୍ୟାଳୟରେ ଚମକିଲେ ଦୁଇ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

କୋଟପାଡ:ତା୧୫/୮ କୋଟପାଡ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ସୀମା ଗୁପ୍ତା ୯୬.୪୦(ସିବିସଇ) ରେ ଜିଲ୍ଲାରେ ପ୍ରଥମ ହୋଇଥିବାବେଳେ ଦ୍ବାଦଶ ଶ୍ରେଣୀରେ ଓମ୍ ଆରୀୟନ୍ ବିଶ୍ଵାଳ ୯୫.୮୦ ନମ୍ବର ରଖି ଜିଲ୍ଲାରେ ପ୍ରଥମ ହୋଇ କୋଟପାଡ ମାଟିକୁ ଗୌରବନିତ୍ଵ କରିଛନ୍ତି। ଗତ ୨୦୧୯.୨୦ ରେ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ଏହି କୃତିତ୍ୱ ପାଇବା ପରେ ସରକାରଙ୍କ ତରଫରୁ ସ୍ଵାଧୀନତା ଦିବସ ଦିନ ମୁଖ୍ୟ ଅତିଥି ଶ୍ରୀ ପ୍ରୀତି ରଂଜନ ଘଡେ଼ଇଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଉଭୟ ଛାତ୍ର ଛାତ୍ରୀ ଏହି ସଫଳତା ପାଇଁ ନିଜର ମାତା ପିତା ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟ କ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଉପସ୍ଥିତ ଥିଲେ।

Leave A Reply

Your email address will not be published.