xmas

ଗରଗାଲି ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆଜାଦିକା ଅମୃତ ମହୋତ୍ସବ ପାଳନ ନେଇ ତ୍ରିରଙ୍ଗା ଶୋଭାଯାତ୍ରା ।

ବଡ଼ଚଣା : ଯାଜପୁର ଜିଲ୍ଲା ଗରଗାଲି ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପକ୍ଷ’ରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସର’ରେ ଆଜାଦିକା ଅମୃତ ମହୋତ୍ସବ ଏକ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ତ୍ରିରଙ୍ଗା ଯାତ୍ରା’ରେ ଶିଶୁ ବିଦ୍ୟା ମନ୍ଦିର’ର ସମସ୍ତ ଛାତ୍ରଛାତ୍ରୀ ଏବଂ ଗୁରୁମା/ଗୁରୁଜୀ ଅଂଶଗ୍ରହଣ ପୂର୍ବକ ସମଗ୍ର ଗାଁ- ବୁଲି ତ୍ରିରଙ୍ଗା ପତାକା ର ବିଶେଷତ୍ଵ , ତ୍ରିରଙ୍ଗା ଭାରତ’ର ସ୍ୱର୍ଣିମ୍ ସମେତ ସମ୍ମାନ ଓ ଏକତା’ର ପରିଚୟ ଭାବେ ବିଭିନ୍ନ ସ୍ଲୋଗାନ ମାଧ୍ୟମ’ରେ ସୂଚାଇ ସଚେତନ କରାଇ ଥିଲେ । ଭାରତ-ମାତା’ର ସ୍ୱର୍ଣିମ ଇତିହାସ’କୁ ପ୍ରତ୍ୟେକ ଭାରତ ବାସୀଙ୍କ ହୃଦୟ’ରେ ଦେଶ-ପ୍ରେମ’ର ଭାବ ଜାଗ୍ରତ କରିବାର ମହାନ୍ ଲକ୍ଷ ଅଟେ । ଏହି ଅବସର’ରେ ବିଦ୍ୟା ମନ୍ଦିର’ର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ରଶ୍ମିରେଖା ପାତ୍ର କହିଛନ୍ତି ଯେ , ସ୍ୱାଧୀନତା’ର ୭୫ ବର୍ଷ ପୂର୍ତ୍ତି ଅବସର’ରେ ଆମେ , ଆମ ବିଦ୍ୟାଳୟ ପକ୍ଷ’ରୁ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଛୁ । ଭାରତ’ର ସ୍ଵାଧୀନତା ସଂଗ୍ରାମ’ରେ ଯେଉଁ ମହାନ୍ ବୀର ମାନଙ୍କ ବଳିଦାନ ସମେତ ଅନେକ ଦେଶଭକ୍ତ ଯେଉଁମାନଙ୍କ ଇତିହାସ’ରେ କୌଣସି ଲିପିବଦ୍ଧ ନାହିଁ କି ସମାଜ’ରେ ସେମାନଙ୍କ କୌଣସି ପରିଚୟ ନାହିଁ । ସେମାନଙ୍କୁ ଖୋଜି ଭାରତ ଇତିହାସ’ରେ ନାମ ଲିପିବଦ୍ଧ କରିବା ସହ ସେମାନଙ୍କୁ ମନେ ପକାଇ ଖୋଜିବା ଏହା ଏକ ପ୍ରୟାସ ମାତ୍ର ବୋଲି କହିଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଘରେ ତ୍ରିରଙ୍ଗା ପତାକା ଲଗାଇବେ , ଏଭଳି ନାରା ଦେବା ସହ ସମସ୍ତଙ୍କୁ ସଚେତନତା କରା ଯାଉଛି ବୋଲି କହିଥିଲେ। ।

Leave A Reply

Your email address will not be published.