xmas

ପିପିଲିରେ କଂଗ୍ରେସ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

ପିପିଲି ଠାରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର ଜାତୀୟ ପତକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସେ କହିଥିଲେ, ସ୍ୱାଧିନତା ପାଇଁ କଂଗ୍ରେସର ନେତାମାନେ ଲଢିଥିଲେ ଏବଂ ଦେଶକୁ ସ୍ୱାଧିନ କରିବାରେ ସମର୍ଥ ହୋଇଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଦେଶର ସ୍ୱାଧିନତା, ଜାତୀୟ ସଂହତି ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କଂଗ୍ରେସ କର୍ମୀମାନେ ସାରା ଦେଶରେ କାମ କରିଆସୁଛନ୍ତି । ଦେଶର ପ୍ରତ୍ୟେକଟି ନାଗରିକଙ୍କ ହୃଦୟରେ ଆମ ଜାତୀୟ ପତାକା ସ୍ଥାନ ପାଇଛି । କିନ୍ତୁ କିଛି ଗୋଷ୍ଠୀ ଦେଶର ମୂଳ ଢାଂଚାରେ ପରିବର୍ତ୍ତନ କରିବାକୁ ବ୍ୟର୍ଥ ପ୍ରୟାସ କରୁଛନ୍ତି ବୋଲି କହି ସେ ସମାଲୋଚନା କରିଥିଲେ । ପତକା ଉତ୍ତୋଳନା ଓ ଜାତୀୟ ସଂଗୀତ ଗାନ ପରେ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଯାଇ ପିପିଲି ଥାନା ସମ୍ମୁଖରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶେଖ୍ ମେହବୁବ୍, ନିରୁପମା ପlତ୍ର, ବିଜୟ ଦାସ, ଟୁଟୁ ପରିଡା, ଟିକନ ବିଶ୍ୱାଳ, ରଂଜିତ ମହାପାତ୍ର, ମାନସ ଦାଶ, ଶେଖ୍ ଶବିର, ଜୟମନୁ ସମନ୍ତରାୟ, ଦେବରାଜ ସାହୁ, ଭାରତ ଜେନା, ଭାରତ ବାରିକ, ଏମଡି ଆରିଫ୍, ରମେଶ ବେହେରା, ସୁଶାନ୍ତ ସେଠୀ, ହରେକୃଷ୍ଣ ପାଇକେରା, ସୁରେନ୍ଦ୍ର ସେଠି, ସୌମ୍ୟ ରଞ୍ଜନ ବରାଳ ପ୍ରମୁଖ କଂଗ୍ରେସର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.