xmas

ଠିକାଦାରଙ୍କ ଛୁରା ମାଡ଼ରେ ଯନ୍ତ୍ରୀ ଗୁରୁତର

ଫୁଲବାଣୀ ୧୬/୦୮-ଠିକାଦାରଙ୍କ ଛୁରାମାଡ଼ରେ ଯନ୍ତ୍ରୀ ଗୁରୁତର l ଗୁରୁତର ଅବସ୍ଥାରେ ଯନ୍ତ୍ରୀଙ୍କୁ ଚିକିତ୍ସା ପାଇଁ ସଦର ମହକୁମା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି lଆହତଜଣଙ୍କ ହେଉଛନ୍ତି ଫୁଲବାଣୀ ପୂର୍ତ୍ତ ବିଭାଗର ନର୍ଥସେକ୍ସେନର ଯନ୍ତ୍ରୀ ଇଂ. ଚକ୍ରଧର ନାହାକ ବୋଲି ଜଣା ପଡ଼ିଛି l ଯନ୍ତ୍ରୀ ନାହାକଙ୍କ ପେଟ ଓ ହାତରେ ଆଘାତ ଲାଗିଛି l ଠିକାଦାର ଜଣକ ହେଉଛନ୍ତି ଫୁଲବାଣୀ ସାହିର ଆକାଶ ମହାନ୍ତି l ଯନ୍ତ୍ରୀ ନାହାକ ଅନ୍ୟ ଜଣଙ୍କ ସହ ମିଶି ବାଇକରେ କାର୍ଯାଳୟକୁ ଯାଉଥିବାବେଳେ କୋର୍ଟ ଛକରେ ଠିକାଦାର ଆକାଶ ବାଇକ ଅଟକାଇ ଛୁରୀ ମାଡ଼ କରିରଥିଲେ l ଫଳରେ ସେ ତଳେ ପଡିଯାଇଥିଲେl ଏନେଇ ଟାଉନ ଥାନାରେ 146/22ରେ ମାମଲା ରୁଜୁ ହୋଇଥିବା ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି କହିଛନ୍ତି l ଅଭିଯୁକ୍ତ ଠିକାଦାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ପୋଲିସ ଗିରଫ କରିବାକୁ ଖୋଜୁଥିବା କହିଛନ୍ତି ଟାଉନ ଥାନା ଅଧିକାରୀ ସେଠି l କୌଣସି ଠିକା କାମକୁ ନେଇ ଠିକାଦାର ମହାନ୍ତି ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି l ପୂର୍ବରୁ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟଭିତରେ ଆକ୍ରମଣ କରି ଗିରଫ ହୋଇଥିଲେ ଏହି ଠିକାଦାର ଜଣଙ୍କ l ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଯନ୍ତ୍ରୀ ମାନେ ଦାବୀ କରିଛନ୍ତି l ଏହି ଘଟଣା ପରେ ଯନ୍ତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନଥିବା କହିବା ସହ ସୁରକ୍ଷା ଯୋଗାଇଦେବାକୁ ଦାବୀ କରିଛନ୍ତି l

Leave A Reply

Your email address will not be published.