xmas

ଜୁମଡାଙ୍ଗରେ ଉଡିଲା ତ୍ରିରଙ୍ଗା; ଓଡିଶାର ଗର୍ବ ଓ ଗୌରବ

ମାଲକାନଗିରି/ଚିତ୍ରକୋଣ୍ଡା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମଧ୍ଯ ସ୍ବାଧିନତାର ସ୍ଵାଦ ଚାଖି ନଥିବା ଏବଂ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇନଥିବା ଏଭୋଳି ଏକ ଗ୍ରାମ ଯାହା ମାଓବାଦୀ ମାନଙ୍କର ଉତ୍ପତ୍ତିସ୍ଥଳୀ, ମାଓବାଦୀ ମାନଙ୍କର ରଣଭୂମି ଏବଂ ମାଓବାଦୀ ମାନଙ୍କର ଗଡ ରୂପେ ପରିଚିତ । ଯାହା ବର୍ତ୍ତମାନ ମଧ୍ୟ ସଂପୂର୍ଣ୍ଣ ଭାବେ ଓଡ଼ିଶାର ଭୂଖଣ୍ଡ ହୋଇଥିଲେ ମଧ୍ୟ ଆନ୍ଧ୍ର ତାର ଲଲୁପଦୃଷ୍ଟି ଏବେ ମଧ୍ୟ ଓଡ଼ିଶା ଭୂଖଣ୍ଡ ଉପରୁ ହଟାଇ ନାହିଁ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ବିବାଦୀୟ ସ୍ଥଳୀ ଜୁମଡ଼ାଙ୍ଗ ଗ୍ରାମରେ ଆଜି ବହୁ ଆଡ଼ମ୍ବରରେ ସହିତ ପ୍ରଥମ ଥର କରି ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଛି । ଯାହାକି ଆମ ଓଡ଼ିଶାବାସୀଙ୍କ ପାଈଁ ଗର୍ବ ଓ ଗୌରବର କଥା । ସମସ୍ତ ଜୁମଡାଙ୍ଗ ଗ୍ରାମବାସୀ ପ୍ରଥମେ ତ୍ରିରଙ୍ଗା ପତାକା ଧରି ଗ୍ରାମ ଭ୍ରମଣ କରିଥିଲେ ଏବଂ ଜାତୀୟ ପତାକା ତଳେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଯାହାକି ଆଜି ଜୁମଡାଙ୍ଗ ଗ୍ରାମବାସୀ ଭାରତ ସ୍ୱାଧୀନତାର ପ୍ରଥମ ସ୍ଵାଦ ପାଇଥିଲେ ଏବଂ ଆଜି ଜୁମ୍ଡ଼ାଙ୍ଗ ପରିବେଶରେ ଖୁସିର ଲହରୀ ଖେଳିଯାଇଛି । ବର୍ଷ-ବର୍ଷ ଧରି ମାଓବାଦୀ ଏଠାରେ କଳା ଦିବସ ରୂପେ ପାଳନ କରି ଆସୁଥିଲେ କିନ୍ତୁ ବର୍ତ୍ତମାନ ତାହା ୭୫ ବର୍ଷ ପରେ ଧୂଳିସାତ ହୋଇଯାଇଛି । ଏଠାରେ ତ୍ରିରଙ୍ଗା ଜାତୀୟ ପତାକା ଫର ଫର ହୋଇ ଉଡୁଛି । ଯାହା ଏହି ଅଞ୍ଚଳର ଶିକ୍ଷକ ବୁଲୁ ସେଠୀଙ୍କ ଆପ୍ରାଣ ଉଦ୍ୟମ, ସାହସ ଏବଂ ଧର୍ଯ୍ୟ ବଳରେ ସଫଳ ହୋଇପାରିଛି ।

Leave A Reply

Your email address will not be published.