ବୋଲେରୋ ପିକଅପ ସହ ୧୩୨ କେଜି ଗଞ୍ଜେଇ ଜବତ

ଫୁଲବାଣୀ -୧୭/୦୮ ଅବକାରୀ ବିଭାଗର ୬ ଜଣିଆ ସ୍କ୍ୱାଡ଼ କନ୍ଧମାଳ ଜିଲ୍ଲା ଗାଡିଆପଡା ଘାଟିରେ ବୋଲେରା ପିକଅପ ସହ ୧୩୨ କେଜି ଗଞ୍ଜେଇ ଜବତ କରିଛି l ତେଵେ ଗଞ୍ଜେଇ ମାଫିଆ ମାନେ ଅବକାରୀ ଟିମ ଆଖିରେ ଧୂଳି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁ ପୂର୍ବରୁ ସୁଚନା ପାଇ ଅବକାରୀ ବିଭାଗର ଏକ ୬ ଜଣିଆ ଟିମ ଗାଡ଼ିଆ ପଡା ଘାଟିରେ ଛକି ରହିଥିଲେ l ହେଲେ ଅବକାରୀ ବିଭାଗ ଗାଡି ଅଟକାଇବାକୁ ଚେଷ୍ଟା କରିବାବେଳେ ଗାଡିକୁ ଧକା ଦେଇ ବୋଲେରୋ ପିକଅପ ପଳାଇଥିଲା, ତାକୁ ପିଛା କରି ଗାଡିକୁ ଧରିଥିଲା ଅବକାରୀ ଟିମ l ଗାଡି ଛାଡି ଦେଇ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ଅବକାରୀ ବିଭାଗ କହିଛି l ଗାଡିରେ ଥିବା ୧୩୨ କେଜି ଗଞ୍ଜେଇ ଜବତ କରିଥିବାବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଲାଗି ଖୋଜୁଥିବା କହିଛନ୍ତି ଇନିସ୍ପେକ୍ଟର l

Leave A Reply

Your email address will not be published.