xmas

ଭିନ୍ନକ୍ଷମ ମହିଳାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୧୭/୮ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମଭି-୪୫ ଗ୍ରାମ ନିକଟରେ ଭିନ୍ନକ୍ଷମ ମହିଳାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି।ମୃତ ମହିଳାଙ୍କ ନାମ ରୀନା ନାୟକ ବୋଲି ଜଣାପଡିଛି।ରୀନା ଏମଭି-୨ଗ୍ରାମ ସ୍ଥିତ ସନ୍ତୋଷ ନାୟକଙ୍କୁ ବିବାହ କରିଥିବା ଜଣାପଡ଼ିଛି। ରୀନାଙ୍କର ୩ଟି ସନ୍ତାନ ଅଛି। ସ୍ୱାମୀ ତାଙ୍କର ଦୁଇ ସନ୍ତାନଙ୍କୁ ତାଙ୍କର ନିକଟତମ ସମ୍ପର୍କୀୟଙ୍କ ନିକଟରେ ଛାଡି ଦେବା ପରେ ରୀନା ମାନସିକ ବିକୃତି ଘଟିଥିଲା। ତେବେ ସ୍ୱାମୀ ରୀନାକୁ ଛାଡ଼ିଦେବା ପରେ ମାଆ ତାଙ୍କୁ ସାହାରା ଦେଇଥିଲେ। ଆଜି ସେ ଏମଭି-୪୫ ଗ୍ରାମ ନିକଟରେ ବୁଲୁଥିବା ଲୋକେ ଦେଖିଛନ୍ତି।ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ଜଣାପଡିନାହିଁ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.