ଆଜାଦିକା ଅମୃତ ମହୋତ୍ସବର ଧଜିଆ ଉଡ଼ିଲା ,ଜାତୀୟ ପତାକା କୁ ଅସମ୍ମାନ ।

କଣ୍ଟାମାଳ: ଗତକାଲି ସାରାଦେଶ ୭୫ତମ ସ୍ବାଧିନତା ଦିବସ ପୂର୍ତ୍ତି ଅବସରରେ ସାରାଦେଶ “ଆଜାଦି କା ଅମୃତ ମହୋତ୍ସବ” ପାଳନ କରୁଥିବା ବେଳେ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ହରଘର୍ ତ୍ରିରଙ୍ଗା ପତାକା ଉଡ଼ାଇବା ଦେଶବାସୀଙ୍କୁ ଆହ୍ବାନ କରିଥିଲେ । କିନ୍ତୁ କେତେକ ସ୍ଥାନରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି ।ଏକଥା ଆମେ କହୁନୁ ଆଜ୍ଞା ଏ ଭିଡିଓଟି ଆପଣକୁ ପୁରା ବୟାନ ଦେବ । ଯେଉଁ ତ୍ରିରଙ୍ଗା ପତାକା ପାଇଁ ସର୍ବ ଭାରତୀୟ ସ୍ତରରେ ଗର୍ବ କରୁଥିବା ବେଳେ ଲୋକେ କିନ୍ତୁ ସେହି ପତାକାକୁ ନେଇ ଓଲଟା ଭାବରେ ଧରିଥିବା ଦେଖିବାକୁ ମିଳିଛି । ହେଲେ କିଛି ରାଜନୈତିକ ବ୍ୟକ୍ତି ବିଶେଷ ଓ ପ୍ରଶାସନ ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି। କଣ୍ଟାମାଳ ଦୁଇ ନମ୍ୱର ଜୋନର କିଛି ବିଜେପି କର୍ମୀ ଓ ମନମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ହେଇଥିବା ଜାତୀୟ ପତାକା ବଣ୍ଟନ ର କିଛି ଚିତ୍ର ସମେତ କେଉଁ ପରୀ ଜାତୀୟ ପତାକା କୁ ଅସମ୍ମାନ କରାଯାଇଛି ତାହା ଦେଖିକି ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଲୋକେ କହୁଛନ୍ତି ରେ ବାବୁ ଜନେ ହସିବେ ରେ ବାବୁ ଜନେ ହସିବେ।

Leave A Reply

Your email address will not be published.