xmas

ସ୍ୱାଧୀନତା ଦିବସରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।

୧୭-୦୮-୨୦୨୨ ବାରିପଦା ପୋଲିସ ପଡିଆରେ ମା କିଚକେଶ୍ବରୀ ଭଲିବଲ ଏକାଡେମୀ ଆନୁକୂଲ୍ୟରେ ତଥା ପୋଲିସ ଆର ଆଇଙ୍କ ତତ୍ୱାବଧାନରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମା କିଚକେଶ୍ବରୀ, ପୋଲିସ ଟିମ, ବଡ଼ବ୍ରାହ୍ମଣମର।, ସ୍ଟୁଡେଣ୍ଟ ଟିମ ଓ ଢିପାସାହି ସମେତ ମୋଟ ପାଞ୍ଚଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ପୋଲିସ ଟିମ ମା କିଚକେଶ୍ବରୀ ଟିମକୁ ୨-୧ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ମୁଖ୍ୟ ଅତିଥି ଭାବେ ପୋଲିସ ଆର ଆଇ କୁଳମଣି ଗିରି, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ କୁମାର ମହାନ୍ତି, ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଭଲିବଲ ସହ ସମ୍ପାଦକ ପାର୍ଥ ସାରଥୀ ସ୍ୱାଇଁ, ସହ ସମ୍ପାଦକ ଅମର କୁମାର ସେଠି, ବୈଦ୍ୟନାଥ ରଥ, ଅମ୍ବିକା ରାଉତ, କ୍ରୀଡା ପ୍ରଶିକ୍ଷକ ନାରାୟଣ ପୋଦାର, ମଣ୍ଟୁ ଦାସ, ପ୍ରଭାତ ମହାନ୍ତି, ରୁନା ପାଲବାବୁ, ବରିଷ୍ଠ କୋଚ କୁମାର ରଞ୍ଜନ ପଣ୍ଡା, ଭାନୁ ପ୍ରତାପ ଭଞ୍ଜଦେଓ, ରଘୁନାଥ ରାଓ, ନେପା ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ। ଭଲିବଲ କୋଚ ମନୋରଞ୍ଜନ ଜୀଉ, ଚନ୍ଦ୍ରମୋହନ ଦଳେଇ, ହରିହର ମଲ୍ଲିକ ଓ ରଘୁନାଥ ନାୟକ ଖେଳ ପରିଚାଳନା କରିଥିଲେ। ଲକ୍ଷ୍ମୀ ସାହୁ, ଅଭିଜିତ ଓ ସୁଶାନ୍ତ ଭକ୍ତା ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

Leave A Reply

Your email address will not be published.