ଲଗାଣ ବର୍ଷାରେ କରଡା ଘାଟି ରାସ୍ତା କ୍ଷତିଗ୍ରସ୍ତ, ଗମନାଗମନ ବାଧାପ୍ରାପ୍ତ

ଫୁଲବାଣୀ -୧୮/୦୮ ଲଗାଣ ବର୍ଷାରେ ରାଇକିଆ -କରଡା -ଇନ୍ଦ୍ରଗଡ ରାସ୍ତାର ବିଭିନ୍ନ ସ୍ଥାନରେ ମାଟିଅତଡା ଖସି ଥିବାବେଳେ କେଉଁଠି କେଉଁଠି ରାସ୍ତା ମଧ୍ୟ ଧୋଇ ହୋଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି l ଫଳରେ କରଡା ଦେଇ ଭଞ୍ଜନଗରକୁ ଗାଡିମଟର ଚଳାଚଳ କରିପାରୁନି l ସେହିପରି ବନ୍ୟାପାଣି ଆସିବା ଫଳରେ ଧାନ ଓ ପନିପରିବାଚାଷ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ କେତେକାଂଶରେ ନଷ୍ଟ ହୋଇଛି l ଗରିବ ଲୋକଙ୍କ କଚାଘର ମଧ୍ୟ ଭୁସୁଳି ପଡ଼ିଛି l ପ୍ରସାଶନ ପକ୍ଷରୁ କେବଳ ପଲିଥିନ ଯୋଗାଇ ଦିଆଯାଇଛି l କୋୖଣସି ଆର୍ଥିକ ସହାୟତା ମିଳିନି ଏଯାଏ l ରାଇକିଆ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଦ୍ରୁଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି l

Leave A Reply

Your email address will not be published.