କାର୍ଯ୍ୟରେ ଅବହେଳା ଯୋଗୁଁ ଫାଣ୍ଡି ଅଧିକାରୀଙ୍କ ସହ ଚାରି କନଷ୍ଟେବଲଙ୍କୁ ନିଳମ୍ବିତ

ମାଲକାନଗିରି,୧୮।୮: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ଚାରି ଜଣ କନ ଷ୍ଟେବଲଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବିତ କରାଯାଇଛିା ଏ ସମ୍ବନ୍ଧରେ ଓର୍କେଳ ଥାନା ଭାରପ୍ରାପ୍ତ ଅଧିକାରୀ ଜନ୍ ଖୁଜୁର୍ ପ୍ରକାଶ କରିଛନ୍ତି ଯେ, ସେ କୁଡୁମୁଲୁଗୁମ୍ମା ଆଉଟ୍ ପୋଷ୍ଟକୁ ଅନେକ ଥର ଯାଇ ସେଠାରେ ଥିବା ଫାଣ୍ଡି ଅଧିକାରୀ ଓ କନଷ୍ଟେବଲ ମାନଙ୍କୁ କାର୍ଯ୍ୟରେ ଅବହେଳା କରୁଥିବା ସମ୍ବନ୍ଧରେ ତାଗିଦ କରିଥିଲୋ କିନ୍ତୁ କର୍ମଚାରୀ ମାନେ ନସୁଧୁରିବାରୁ ମାଲକାନଗିରି ଏସ୍‌.ପି. ଫାଣ୍ଡିର ଫାଣ୍ଡି ଅଧିକାରୀଙ୍କ ସହ ମୋଟ ୫ କର୍ମଚାରୀଙ୍କୁ ନିଳମ୍ବିତ କରିଥିବା ଜଣାପଡିଛି । କାର୍ଯ୍ୟରେ ଅବହେଳା ଓ ଲୋକଙ୍କ ସହ ଭଲ ବ୍ୟବହାର ନକରିବା ଯୋଗୁଁ ମାଲକାନଗିରି ଏସପି ନୀତେଶ ୱାଧ୍ଵାନୀ ଜଣେ ଏ ଏସ ଆଇ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଳମ୍ବିତ କରିଛନ୍ତି । ନିଳମ୍ବିତ କର୍ମଚାରୀ ମାନେ ହେଲେ ଏ ଏସ ଆଇ କମୋଳ ଲୋଚନ ନାୟକ, କନଷ୍ଟେବଲ ଉମାକାନ୍ତ ପଠା ୟାତ୍ ,ପ୍ରଭାକର ପାହୀ, କନେଷ୍ଟବଲ ସୁଶାନ୍ତ ସାହୁ,ଏବଂ କନଷ୍ଟେବଲ ପ୍ରସନ୍ନ ଦଳେଇ ବୋଲି ଜଣା ପଡିଛି ।

Leave A Reply

Your email address will not be published.