ଆଜି ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ, ଚକାପାଦ ଓ ଜଲେଶପଟ୍ଟା ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ-୧୮/୦୮ ଆଜି ପବିତ୍ର ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ I ଠିକ ଆଜିକୁ ଚଉଦ ବର୍ଷ ତଳେ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ପରିସରରେ ଧୁମ ଧାମରେ ଜନ୍ମାଷ୍ଟମୀ ପୂଜା ଚାଲିଥିବା ବେଳେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମିଜୀଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଆଜି କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲାର ଚକାପାଦ ଓ ଜାଲେସ ପଟା ଆଶ୍ରମରେ ପବିତ୍ର ଜନ୍ମାଷ୍ଟମୀ ପୂଜା ଓ ସ୍ୱାମୀ ଜିଙ୍କ ଶ୍ରାଦ୍ଧ ଦିବସ ପାଳନ ହେଉଛି l

ଆଜି ଗୁରୁବାର ଚକାପାଦ ଆଶ୍ରମରେ ସକାଳୁ ସକାଳୁ କଳସ ଶୋଭାଯାତ୍ରା ପରେ ଗୋପୁଜନ, ନାମ ସଂକିର୍ତ୍ତନ, ନଗର ପରିକ୍ରମା, ପୂଜାର୍ଚନା, ଯଂଜ୍ଞ, ସବୁ ଚାଲିଥିବା ବେଳେ ଦୁଇଟାରେ ଅନ୍ନ ଯଂଜ୍ଞ ଓ ଅପରାହ୍ନରେ ଶ୍ରଦ୍ଧାଞ୍ଜଳି ସଭା ଆଦି କରାଯିବ ବୋଲି ଚକାପାଦ ଆଶ୍ରମର ପରିଚାଳକ କୃଷ୍ଣା ନନ୍ଦ ସରସ୍ଵତୀ କହିଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଚକାପାଦ ଓ ଜଲେଶପଟ୍ଟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି l ଚକାପାଦରେ ଅତିରିକ୍ତ ଏସପି ଓ ଜି. ଉଦୟଗିରି ଏସ ଡି ପି ଓଙ୍କ ତତ୍ୱାବଧାନରେ ପୋଲିସ ଇନସପେକଟରଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ନେଇ ଡେପୁଟି ଏସପି ନିରଞ୍ଜନ ପାଢ଼ୀ କହିଛନ୍ତି l

ତେବେ ସ୍ୱାମୀ ଲକ୍ଷ୍ମଣା ନନ୍ଦଙ୍କ ସମେତ ୫ ଜଣଙ୍କୁ ହତ୍ୟା ମାମଲାରେ ଜଡିତ ମୋଟ ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ସେହିପରି କନ୍ଧମାଳ ଦଙ୍ଗା ଘଟଣାରେ ୬୩୯ଟି ମାମଲା ରୁଜୁ ହୋଇଥିଲ। ସେଥିରୁ ୧୧୩ଟି ମାମଲାରେ ୪୦୩ ଜଣ ଅଭିଯୁକ୍ତ ଦଣ୍ଡିତ ହୋଇଥିବାବେଳେ ୫ ହଜାର ଅଭିଯୁକ୍ତ ଖଲାସ ହେଇଥିଲେ। ତେବେ ସ୍ୱାମୀଜୀଙ୍କ ମୁଖ୍ୟ ହତ୍ୟାକାରୀଙ୍କୁ ଏଯାଏ ଗିରଫ କରାଯାଇନଥିବା ବିଶ୍ଵ ହିନ୍ଦୁ ପରିଷଦ ଅଭିଯୋଗ କରିଛି ।

Leave A Reply

Your email address will not be published.