xmas

ଗରଗାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ବଡ଼ଚଣା : ବଡଚଣା ବ୍ଲକ ଅନ୍ତର୍ଗତ ଗରଗାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାରଙ୍ଗ ଠାରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଧୁମ୍ଧାମରେ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଭଲି ଏହି ବର୍ଷ ମଧ୍ୟ ସର୍ବପ୍ରଥମେ ରୀତି ନୀତି ଅନୁସାରେ ବନ୍ଦନା କରିବା ସହିତ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ରଶ୍ମୀପ୍ରଭା ପାତ୍ର ଅତିଥି ପରିଚୟ କରିବା ସହ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀର ଉଦେଶ୍ୟ ଜ୍ଞାପନ କରିଥିଲେ । ବନ୍ଦନା କାର୍ଯ୍ୟକ୍ରମ ସାରି ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ଶ୍ରୀକୃଷ୍ଣ, ରାଧା, ଯଶୋଦା, ବଳରାମ,ଗୋପ ବାଳକ ଭଲି ବେଶ ଭୂଷାରେ ସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ । ବିଦ୍ୟାଳୟର ସଂଗୀତ ମୃଦଙ୍ଗ ବଜାଇ ଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ଶ୍ରୀକୃଷ୍ଣଙ୍କ ଭଜନ କୀର୍ତ୍ତନ କରି ପୂଜାର୍ଚ୍ଚନା କରିବା ସହ ସମସ୍ତେ ଦର୍ଶନରେ ଯୋଗୁଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବିଦ୍ୟାଳୟର ଅଭିଭାବକ, ଅଭିଭାବିକା ଓ ସମସ୍ତ ଛାତ୍ରଛାତ୍ରୀ ଏବଂ ସମସ୍ତ ପରିଚାଳନା ସମିତିର ସଦସ୍ୟ ଉପସ୍ଥିତିରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।

Leave A Reply

Your email address will not be published.