xmas

ପୁଣି ଲଗାଣ ବର୍ଷା ଯୋଗୁଁ ବେହାଲ ଫୁଲବାଣୀ ସହର; ଘରେ ପଶିଲା ପାଣି, ଡ୍ୟାମ ଉପରେ ୩ ଫୁଟ ଉଚ୍ଚର ବନ୍ୟାପାଣି, ଯୋଗାଯୋଗ ବିଚ୍ଛିନ୍ନ


ଫୁଲବାଣୀ-୧୯/୦୮ ପୁଣି ଲଘୁଚାପ ଜନିତ ବର୍ଷା ହେବା ଯୋଗୁ ଫୁଲବାଣୀ ସହର ସମେତ କନ୍ଧମାଳ ଜିଲ୍ଲା ଏବେ ବେହାଲ ହୋଇପଡ଼ିଛି | ସହରର ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହେବାର ଦେଖିବାକୁ ମିଳିଛି | ଗତ ରାତିଠୁ ଲଗାଣ ବର୍ଷା ହେବା ଯୋଗୁ ଫୁଲବାଣୀର ଢିପାସାହିର ରାସ୍ତା ଉପରେ ତିନି ଫୁଟ୍ର ପାଣି ଚାଲୁଥିବା ବେଳେ ଘରେ ଲୋକଙ୍କର ପାଣି ପଶିଥିବାର ଦେଖିବାକୁ ମିଳିଛି | ନିଜ ନିଜ କାର୍ଯ୍ୟ କରିବାପାଇଁ ଲୋକେ ବାହାରକୁ ବାହାରିବା କଷ୍ଟ ଦାୟକ ହୋଇପଡିଛି ଛାତ୍ର ଛାତ୍ରୀ ମାନେ ସ୍କୁଲକୁ ଯାଇ ପାରୁନାହାନ୍ତି | ନାଳରେ ପାଣି ଆସିବା ଯୋଗୁ ଫୁଲବାଣୀ ଠାରୁ କୁମ୍ଭାର ପଡାକୁ ଯାତାୟତ ଏକ ପ୍ରକାର୍ ବିଚ୍ଛିନ୍ନ ହୋଇଛି | ସେହିଭଳି ପିଲା ସଲୁଙ୍କି ନଦୀରେ ଜଳସ୍ତର ବଢିବା ଯୋଗୁ ନଦୀଖଣ୍ଡି ଏବଂ ଡାକପାଲା ଡ୍ୟାମ୍ ଉପରେ ତିନି ଫୁଟର ପାଣି ଯିବା ଯୋଗୁ ଡାକପାଲା, ଦାମୀଗାଁ ଯାତାୟତ ବିଛିନ୍ନ ହୋଇଛି | ଲଗାଣ ବର୍ଷା ଯୋଗୁଁ ମାଦିକୁନ୍ଦା ଛକ ଠାରେ ଗୋଟିଏ ବଡ଼ ଗଛ ପଡ଼ିବା ଦ୍ଵାରା ପାଞ୍ଚଟି ଦୋକାନ ଘର ସହ ରାସ୍ତା ଅବରୋଧ ହୋଇଛି | ଦୋକାନ ଘର ଉପରେ ଗଛ ପଡ଼ିବା ଦ୍ଵାରା ଦୋକାନର ଜିନିଷ ଗୁଡିକ ନଷ୍ଟ ହୋଇଛି | ସେହି ଭଳି ଚକାପାଦ ବ୍ଲକର ପୋଡ଼ାମାହା ଘାଟିରେ ପାହାଡରୁ ମାଟି ଅତଡା ଖାସି ରାସ୍ତା ଉପରେ ବଡ଼ ବଡ଼ ପଥର ଏବଂ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି | ଚକାପାଦ, ବେହେରାଗାଁ, ପୋଡ଼ାମାହା, ଟିକାବାଲି କୁ ଯାତାୟତ ଠପ୍ ରହିଛି l ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବି ଲଗାଣ ବର୍ଷା ଜାରି ରହିବା ଫଳରେ ଝାଟି ମାଟି ଘର କାନ୍ଥ ଭାଙ୍ଗିରୁଜି ଯାଇଛି ଜିଲ୍ଲା ପ୍ରସାଶନ ସତର୍କ ଦ୍ରୁଷ୍ଟି ରଖିଥିବା କହିଛି l

Leave A Reply

Your email address will not be published.