xmas

ଶଶାଙ୍କ ପାତ୍ର ବାଲିଗୁଡାର ନୁତନ ବିଡ଼ିଓ

ଫୁଲବାଣୀ -୧୯/୦୮ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ନୂତନ ବିଡ଼ିଓ ଭାବେ ଶଶାଙ୍କ ପାତ୍ର ଦାଇତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ ବିଡ଼ିଓ ଥିବା ଜଗଦୀଶ ଷଡ଼ଙ୍ଗୀଙ୍କୁ ଚିଲିକା ବଦଳି ହୋଇଥିବା ବେଳେ ବାଲିଗୁଡ଼ାର ତହସିଲଦାର ଭାବେ କରୋନା ମହାମାରୀ ସମୟରେ ନିଷ୍ଠା ଆନ୍ତରିକତା ଓ ଦକ୍ଷତାର ସହ କାର୍ଯ୍ୟକରି ବେଶ ପ୍ରଶଂସା ସାଉଁଟିଥିବା ଶଶାଙ୍କ ପାତ୍ର ବାଲିଗୁଡା ବିଡ଼ିଓ ଭାବେ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି | ଦାୟିତ୍ବ ଗ୍ରହଣ କରିବା ପରେ ପଞ୍ଚାୟତର ବିଭନ୍ନ ପ୍ରକାର ଉନ୍ନତି ମୁଳକ କାର୍ଯ୍ୟ ତଦାରଖ କରିବା ସହ ଜନସାଧାରଣଙ୍କ ପାଖରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟାର ସମାଧାନ ଶିଘ୍ର ଯେପରି ହୋଇ ପାରିବ ଓ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାର ସୁଫଳ ଯେପରି ଗରିବ ଲୋକେ ପାଇପାରିବେ ତା ଉପରେ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ବିଡ଼ିଓ ପାତ୍ର | ବିଡ଼ିଓ ଶଶାଙ୍କ ଶେଖର ପାତ୍ର ପୂର୍ବରୁ ବାଲିଗୁଡା ତହସିଲଦାର ଭାବେ ଦକ୍ଷତାର ସହ କାର୍ଯ୍ୟକରି ଜନ ସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ ଏବଂ ଲୋକପ୍ରିୟ ପ୍ରଶାସକ ଭାବେ ଲୋକେ ତାଙ୍କୁ ଗ୍ରହଣ କରିଥିଲେ l ବର୍ତ୍ତମାନ ବିଡ଼ିଓ ଭାବେ ଦାୟିତ୍ୱ ନେବାପରେ ପଞ୍ଚାୟତ ସମିତିର ଜନ ସାଧାରଣଙ୍କ ସମସ୍ୟା ଦୂର ହେବ ବୋଲି ଲୋକେ ଆଶା ପ୍ରକଟ କରିଛନ୍ତି l

Leave A Reply

Your email address will not be published.