ଉପରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ୨ ବିଜେଡି ସାଂସଦ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ସଂସଦୀୟ ଦଳ ତରଫରୁ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟି ଶୁଭେଚ୍ଛା ଏବଂ ଅଭିବାଦନ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ, ଜଗଦୀପ ଧନଖଡ଼ ହେଉଛନ୍ତି ଦେଶର ୧୪ ତମ ଉପରାଷ୍ଟ୍ରପତି । ଚଳିତ ବର୍ଷ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇ ଜିତିଥିଲେ ଜଗଦୀପ ଧନଖଡ଼ । ଅଗଷ୍ଟ ୧୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଶପଥ ପାଠ କରାଇଥିଲେ । ଉପରାଷ୍ଟ୍ରପତି ନିର୍ବାଚରେ ଧନଖଡ଼ ବିରୋଧୀ ଦଳ ନେତା ମାର୍ଗାରେଟ ଅଲଭାଙ୍କୁ ହରାଇ ବିଜୟ ହାସଲ କରିଥିଲେ। ତାଙ୍କ ପୂର୍ବରୁ ଉପରାଷ୍ଟ୍ରପତି ଭାବରେ ଏମ. ଭେଙ୍କିୟା ନାଇଡୁ ଉପରାଷ୍ଟ୍ରପତି ପଦରେ ରହିଥିଲେ ।

Leave A Reply

Your email address will not be published.