୩ କ୍ୱିଣ୍ଟାଲ ଗଞ୍ଜେଇ ସହ ବୋଲେରୋ ପିକ୍‌ଅପ୍ ଜବତ। ଜିଲ୍ଲା ବିଜେପିର ପୂର୍ବତନ ଆଦିବାସୀ ମୋର୍ଚ୍ଚା ସଭାପତିଙ୍କ ସମେତ ୩ ଗିରଫ ।

କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଦିନ କଣ୍ଟାମାଳ- ମନମୁଣ୍ଡା ରାସ୍ତାର ଶୁଲିଆଛକ ନିକଟରେ ତିନି କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଗୋଟିଏ ବୋଲେରୋ ପିକଅପ ଗାଡି ଏବଂ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଜେପି ଆଦିବାସୀ ମୋର୍ଚ୍ଚାର ପୂର୍ବତନ ସଭାପତି କଣ୍ଟାମାଳ ଥାନା ଦେଉଲଡୁଙ୍ଗୁରି ଗ୍ରାମର ଡମ୍ବରୁଧର କହଁର ଓରଫ ଟିକୁ କହଁର (୩୮)ଙ୍କ ସମେତ ଅନ୍ୟ ଦୁଇଜଣ ଅଭିଯୁକ୍ତ କଣ୍ଟାମାଳ ମାଲିପଡା ଗ୍ରାମର ପ୍ରହଲ୍ଲାଦ ଦ୍ୱାରି (୪୨) ଏବଂ ଗଜପତି ଜିଲା ଆର ଉଦୟଗିରି ଥାନାର ଏନ.ଝଲାରସିଂ ଗ୍ରାମର ସତ୍ୟନାରାୟଣ ଛିଂଚାନି(୨୩) ବୋଲି ଜଣାପଡିଛି । ସୂଚନା ମୁତାବକ ଅଭିଯୁକ୍ତମାନେ ଏକ ବୋଲେରୋ ପିକଅପ ଗାଡି ( ଓଡି-୧୫-ଆର – ୪୨୫୧) ଯୋଗେ କଣ୍ଟାମାଳ ଆଡୁ ମନମୁଣ୍ଡା ଆଡକୁ ଯାଉଥିବାବେଳେ ଚୋରା ଗଞ୍ଜେଇ ଚାଲାଣ ସଂପର୍କରେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ପେଟ୍ରୋଲିଂ କରୁଥିବା ଅବକାରୀ ବିଭାଗ କର୍ମଚାରୀମାନେ ଶୁଲିଆଛକ ଠାରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡିରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ସହ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା । ତିନି ଅଭିଯୁକ୍ତକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଚଢାଉରେ ଏସଆଇ ହେମକାନ୍ତ ସୁନା, ଏସଆଇ ଅଞ୍ଜନ କୁମାର ଜେନା, ସୁରେନ୍ଦ୍ର ଡାକୁଆ, କନେଷ୍ଟବଳ ପ୍ରିୟଜନ କହଁର, ଅସିତ କୁମାର ପ୍ରଧାନ, ରେଣୁପ୍ରିୟା ଭୋଇ, ସତ୍ୟ ରଞ୍ଜନ ମୁଖି ଓ ବିଜୟ ବାଘ ପ୍ରମୁଖ ସାମିଲ ଥିଲେ । ରାଜନୈତିକ ଛତ୍ର ଛାୟା ତଳେ ଏପରି ଅନେକ ବ୍ୟକ୍ତି ଗଞ୍ଜେଇ କାରବାରରେ ଲିପ୍ତ ଥିବା ବେଳେ ପ୍ରଶାସନ ଅଧିକାରୀ ମାନେ ମଧ୍ୟ ମଧୁ ଚନ୍ଦ୍ରିକା ରଖିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.