୭୦ କିଲୋଗ୍ରାମ ଗଞ୍ଜେଇ ଜବତ ଓ ୪ ଗିରଫ।

କଣ୍ଟାମାଳ- ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ୭୦କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଚାରି ଜଣ ଆସାମୀ ଙ୍କୁ ଗିରଫ କରିଛି l ଏଥିସହ ଏକ ଧଳା ରଙ୍ଗର ସ୍କୋଡା ଓକୋ ଟାଭିଆ ( CG O4 HB 3001), ଏକ ବାଜାଜ ପଲସର (OD 31 K 3284), ଚାରୋଟି ମୋବାଇଲ ଫୋନ ଏବଂ ନଗଦ 20,000/ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି l ଜାମୁଟ ବ୍ରିଜ ନିକଟରୁ ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଁ ଜିଲ୍ଲା ଶଙ୍କରପୁର ୱାର୍ଡ଼ ନମ୍ବର 7 ର ରାଜେଶ ସିହ୍ନl,(51) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖେମୁଣ୍ଡିଗଡ଼ ଗ୍ରାମର ମିଥୁନ ଦିଶିରୀ (22), ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ସିଂଢୋଲ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ରଣା (26) ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ଗ୍ରାମର ବଳରାମ ରଣା (21) ଙ୍କୁ ଗିରଫ କରାଯାଇଛି l କଣ୍ଟାମାଳ ଥାନା କେଶ ନମ୍ବର 114/19/08/22 U/S.20( b)( ii) ( C) NDPS ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି l ଚଢ଼ାଉରେ ଏସ ଆଇ ଜି. ଥନାପତି, ଏସ ଆଇ ଲିସାରାଣୀ ସେଠୀ, ଏ ଏସ ଆଇ ଆର. କେ. ପ୍ରଧାନ, କନେଷ୍ଟବଳ ପି. କେ. ସାହୁ, ଜେ. ଏନ. ମେଣ୍ଡିଲି ଓ ହୋମ ଗାର୍ଡ ଏସ. ମାଝୀ ପ୍ରମୁଖ ସାମିଲ ଥିଲେ l

Leave A Reply

Your email address will not be published.