ପ୍ରତିଜ୍ଞା କରୁଛି ସ୍ତ୍ରୀ, ଶଶୁରଙ୍କ କୌଣସି କ୍ଷତି ହେବାକୁ ଦେବି ନାହିଁ, ଏମିତି ଭୁଲ ଆଉ କେବେ ହେବ ନାହିଁ: ବାବୁସାନ

ଭୁବନେଶ୍ୱର- ଭିଡିଓ ଜାରି କରି ଓଡ଼ିଶାବାସୀ ତଥା ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଲେ ଅଭିନେତା ବାବୁସାନ | ଜୁଲାଇ ୨୩ରେ ଘଟିଥିବା ଅପ୍ରୀତିକର ଘଟଣା ଓ ଏହା ପରର ଘଟଣାବଳୀକୁ ନେଇ ଆଜି ଭିଡିଓ ଜାରି କରି ଏମିତି ଭୁଲ ଆଉ ହେବ ନାହିଁ ବୋଲି ବାବୁ କହିଛନ୍ତି | ଭିଡିଓରେ ସେ କହିଛନ୍ତି ଯେ ‘ଏମିତି ଭୁଲ ଆଉ କେବେ ହେବନି । ମୋ ସ୍ତ୍ରୀ ଓ ଶଶୁରଙ୍କ ନାଁରେ ଏକ ମାମଲା ହୋଇଛି । ମୋ ସ୍ତ୍ରୀ ଓ ଶ୍ୱଶୂର ବହୁତ କଷ୍ଟ ପାଇଲେଣି । ଆଗକୁ ଆଉ କୌଣସି କ୍ଷତି ହେବାକୁ ଦେବିନାହିଁ | ସୂଚନା ଥାଉ କି ଗତ ମାସ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଭୁବନେଶ୍ବର ବିମାନବନ୍ଦରକୁ ଯାଉଥିବା ବେଳେ ବାବୁସାନଙ୍କୁ ଅଟକାଇ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ମାରିବା ସହ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ।

ଏହି ଘଟଣାକୁ କେନ୍ଦ୍ରକରି ମାମଲା ଆଗକୁ ବଢ଼ିଥିଲା। ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ତୃପ୍ତି ଶତପଥୀ ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ନାମରେ ଥାନାରେ ଏତଲା ଦେଲା ପରେ ତୃପ୍ତି ମଧ୍ୟ ଭୁବନେଶ୍ବରସ୍ଥିତ ଖାରବେଳ ନଗର ଥାନାରେ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ। ତୃପ୍ତିଙ୍କ ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରିଥିଲା। ଏହି ଘଟଣା ପରେ ବାବୁସାନଙ୍କ ପକ୍ଷରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରାଯାଇଥିଲା। ମାତ୍ର ପରେ ଏହାର ଆବଶ୍ୟକତା ପଡ଼ି ନଥିଲା।

ଓଡ଼ିଆ ଚଳଚ୍ଚିତ୍ର ରୋମିଓ ଦ ଲଭର ବୟରୁ ସଞ୍ଜୁ ଆଉ ସଞ୍ଜନା, ପ୍ରେମ ଅଢ଼େଇ ଅକ୍ଷର, ଲୋଫର୍, ୧୪୩-ଆଇ ଲଭ୍ ୟୁ, ଚକୋଲେଟ୍, ଇଡିଅଟ୍, ଲଭ୍ ମାଷ୍ଟର, ଲଭ୍ ଷ୍ଟେସନ୍, ଲୋକାଲ୍ ଟୋକା ଲଭ୍ ଚୋଖା, ଅଜବ ସଞ୍ଜୁର ଗଜବ ଲଭ୍, ମିଷ୍ଟର ମଜ୍‌ନୁ, ଦୋସ୍ତି, ଥୁକୁଲ୍, ଲୁଚକାଳି, ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲ୍‌ମାନ୍ ଖାନ୍, ଶ୍ରୀମାନ୍‌ ସୁରଦାସ ଭଳି ରୋମାଣ୍ଟିକ୍ ସିନେମାରେ ସେ ହ୍ୟାଣ୍ଡ୍‌ସମ୍ ହିରୋ ସାଜିଛନ୍ତି। ଲକ୍‌ଡାଉନ୍ ପରେ ସୁଟିଂ ହେଇଥିବା ବାବୁସାନ୍‌ଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ଓ ‘ପ୍ରେମମ୍’ ମଧ୍ୟ ମୁକ୍ତିଲାଭ କରିଛି।

Leave A Reply

Your email address will not be published.