ପାଣ୍ଡାରିପାଣି ଆଶ୍ରମ ଛାତ୍ରାବାସର ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା, ତଦନ୍ତ ଦାବି

ମାଲକାନଗିରି :ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ପାଣ୍ଡାରିପାଣି ଆଶ୍ରମ ଛାତ୍ରାବାସ ରେ ନବମ ଶ୍ରେଣୀ ଛାତ୍ର ସୋନିଆ ଦୋରାର ମୃତ୍ୟୁ ଯୋଗୁଁ ଅଭିଭାବକ ଏବଂ ଗ୍ରାମବାସୀ ଆଶ୍ରମ ସ୍କୁଲ୍ ସମ୍ମୁଖରେ ଏବଂ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇ ଉତେଜନା ପୂର୍ଣ୍ଣ ରହିଥିଲା ଘଟଣା ରୁ ପ୍ରକାଶ ଯେ ସନିଆ ଗତ କିଛି ଦିନ ହେଲା ହଷ୍ଟେଲ ରେ ଜ୍ଵର ଓ ପେଟ ବ୍ୟଥା ରେ ପୀଡ଼ିତ ରହିଥିଲା । ସ୍କୁଲକର୍ତ୍ତୃ ପକ୍ଷ କିମ୍ବା ହଷ୍ଟେଲ ମେଟ୍ରନ ନିକଟତମ ହସ୍ପିଟାଲକୁ ନେଇନଥିଲେ । ଛାତ୍ର ଗୁରୁତର ହେବାରୁ ନିକଟରେ ଥିବା ପାଣ୍ଡିରିପ।ଣି ହସ୍ପିଟାଲକୁ ସେହି ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମ ଚାରି ନେଇକି ଯାଇଥିଲା । ସେ ପିଲାଟି ଦିନରୁ ବାପା ମା ଛେଉଣ୍ଡ ବୋଲି ଜଣା ପଡିଛି। ପାଣ୍ଡରିପ।ଣି।ହସ୍ପିଟାଲ ରୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଜିଲ୍ଲା ହସ୍ପିଟାଲ ରେ ତାର ମୃତ୍ୟୁ ଘଟିଥିଲା ।ଅବିଭାବକ ଓ ଗ୍ରାମବାସୀ ମାନେ କହିବା କଥା ଯେ ଛାତ୍ରାବାସ ରେ ଯେଉଁ ସମୟରେ ସନିଆ କୁ ଜ୍ଵର ଓ ପେଟ ବ୍ୟଥା ଆସିଲା ସେହି ସମୟରେ ସ୍କୁଲକର୍ତ୍ତୃ ପକ୍ଷ କିମ୍ବା ହଷ୍ଟେଲ ମେଟ୍ରନ କାହିଁକି ପରିବାର ବର୍ଗ ଙ୍କୁ ସୂଚନା ଦେଲେ ନାହିଁ? ସେହିପରି ଜ୍ଵର ହେବାର ତୁରନ୍ତ ନିକଟରେ ୫୦୦ ମିଟର ଦୂରରେ ଥିବା ପାଣ୍ଡିରିପ।ଣି ହସ୍ପିଟାଲ୍ କୁ ଚିକିତ୍ସ। ପାଇଁ କାହିଁକି ନେଲେ ନାହିଁ? ଏହି।ପରି ଅନେକ ପ୍ରଶ୍ନ ଗ୍ରାମବାସୀ ମାନେ ପଚାରିଥିଲେ। ତେଣୁ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧ ରେ କର୍ଯ୍ୟା ନୁଷ୍ଟାନ ନେବା ପାଇଁ ଅବିଭାବକ ଓ ଗ୍ରାମ ବାସୀ ଦାବି ଜଣାଇଛନ୍ତି। ଏ ପରିପେକ୍ଷ ରେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପା ସିନ୍ଧୁ ବେହେରା ଙ୍କୁ ପଚାରିବାରୁ ଶନିବାର ଦିନ ସକାଳେ ସନିଆ କୁ ପେଟ ବ୍ୟଥା ହେଉଥିଲା ତାକୁ ନେଇ ସ୍କୁଲକର୍ତ୍ତୃ ପକ୍ଷ ନିକଟରେ ଥିବା ପାଣ୍ଡିରିପାଣୀ ହସ୍ପିଟାଲ ରେ ଡାକ୍ତର ଙ୍କୁ ଦେଖାଇଥିଲେ। ମେଡିସିନ ଧରି ସ୍କୁଲ କୁ।ଚାଲିଆସିଥିଲେ।ପରେ ମେଡିସିନ ଖାଇ କ୍ଲାସ କରିଥିଲା । ଅପରାହ୍ନ ରେ ପୁଣି ଥରେ ଦେହ ଖରାପ ହେବାରୁ ପ।ଣ୍ଡରିପ।ଣି ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଅଣାଯାଇଥିଲା ସେଠାରେ ଡାକ୍ତର ଚିକିତ୍ସା କରିଥିଲେ । ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଚିକିତ୍ସା ଳୟକୁ ଅଣାଯାଇଥିଲା ।ସେଠାରେ ସନିଆର ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ସନିଆର ପୋଷ୍ଟ ମୋର୍ଟମ୍ ମଧ୍ୟ କରାଯାଇଛି।

Leave A Reply

Your email address will not be published.