ଲଗାଣ ବର୍ଷାରେ ବେହେରା ଗାଁରେ ଘର ଭୁଶୁଡ଼ିଲା

ଫୁଲବାଣୀ -୨୦/୦୮ ଲଗାଣ ବର୍ଷାରେ କନ୍ଧମାଳ ଜିଲାରେ ବ୍ୟାପକ କ୍ଷତି ଘଟିଛି l ଲଗାଣ ବର୍ଷାରେ କାହାର ଜମି ବୁଡି ଫସଲ ନଷ୍ଟ ହୋଇଛି ତ, କାହାର ଘର ଭିତରେ ପାଣି ତ ଆଉ କାହାର ଘର ଭୁଶୁଡ଼ି ମାଟିରେ ମିଶାଇଦେଇଛି ଓ ଲୋକେ ବାସହରା ହୋଇପଡିଛନ୍ତି l କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବେହେରା ଗାଁ ପଞ୍ଚାୟତର ବିଲାବାଡା ଗ୍ରାମରେ ଘର ଭୁଷୁଳି ଯିବା ଫଳରେ ଜଳନ୍ଧର ପ୍ରଧାନଙ୍କ ପରିବାର ବେସାହାରା ହୋଇପଡିଛନ୍ତି l ବର୍ଷାରେ ମୁଣ୍ଡ ଗୁଞ୍ଜିବା ପାଈଁ ଘର ନାହିଁ ଜଳନ୍ଧରଙ୍କର l ଆସିବା ପତ୍ର ସବୁ ନଷ୍ଟ ହୋଇଯାଇଛି l କୌଣସି ସରକାରୀ ସହାୟତା ମିଳିନି ଏଯାଏଁ l ଜଳନ୍ଧରଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ଉପକୃତ ହୁଅନ୍ତେ ବୋଲି ଗ୍ରାମବାସି ଦାବି କରିଛନ୍ତି l କେବଳ ଜଳନ୍ଧର ଏକା ନୁହନ୍ତି ଏହି ବ୍ଲକର ଅନ୍ୟ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହେଉଛି l

Leave A Reply

Your email address will not be published.