ପବିତ୍ର ନନ୍ଦଉତ୍ସବ ଅବସରରେ ଧେନୁ ଯାତ୍ରା ଉତ୍ସବ ଅନୁଷ୍ଠିତ l

ବୌଦ୍ଧ:ସୁନ୍ଦରଗଡ଼ ଜିଲ୍ଲାର ଭୂମିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ସହାୟତାରେ,ଗ୍ରାମ୍ୟ ବିକାଶ ପରିଷଦ ଆୟୋଜନରେ, ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସୌଜନ୍ୟରେ, ଓଡିଶା ଗୋସେବା ସମିତି ଓ ଶ୍ରୀ ଗୋବିବଜ୍ଞା ଫାଉଣ୍ଡେସନ ମାର୍ଗଦର୍ଶନରେ ବୌଦ୍ଧ ବ୍ଲକ ଖଲିଆପାଲି ପଂଚାୟତ ତାଳପଦର ଗ୍ରାମର ବିଶିଷ୍ଟ ଗୋସେବକ କାର୍ତ୍ତିକ ମାହାକୁଡ଼ଙ୍କ ଗୃହରୁ ଆରମ୍ଭ ହୋଇ ବାଉଂଶୁଣି, ବହିରା, ତାଳସରଡ଼ା, ତେଲିବନ୍ଧ, ଖୁଣ୍ଟବନ୍ଦ, ମୃଶୁଣ୍ଢୀ, ବୌଦ୍ଧ ଏନ ଏ ସି ରେ ପରିକ୍ରମା କରି ଗୋସୁରକ୍ଷା, ଗୋଆଧାରିତ ଜୀବିକା ସହିତ ବୌଦ୍ଧ ସହରରେ ବୁଲୁଥିବା ଗୋମାତାଙ୍କୁ ତୁରନ୍ତ ମର୍ଜାକୁଦରେ ଓଡିଶା ସରକାରଙ୍କ ପ୍ରାଣୀ ସୁରକ୍ଷା ଯୋଜନାରେ ବୁଲା ଗୋରୁଗାଈ ଥଇଥାନ କେନ୍ଦ୍ର ନିର୍ମାଣ କରିବା ପାଇଁ ଜିଲ୍ଲାପାଳ, ବୌଦ୍ଧ, ଏନ ଏ ସି କତୃପକ୍ଷ, ପ୍ରାଣୀସମ୍ପଦ ବିଭାଗ, ବିଭିନ୍ନ ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ସମେତ ବୌଦ୍ଧ ବିଧାୟକ ତଥା ଓଡିଶା ସରକାରଙ୍କ ବରିଷ୍ଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସାଖ୍ୟାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ I ବାଉଁସୁଣୀରେ ବାସୁଦେବ ଅଗ୍ରୱାଲ, ଗୁମୁଡୁ ଦନ୍ତା, କଳାକାଁହୁ ମେହେରଙ୍କ ନେତୃତ୍ୱରେ ଶୁଭାରମ୍ଭ କରିଥିଲା ବେଳେ, ବୌଦ୍ଧ ଦାନିସାହି ହନୁମାନ ମନ୍ଦିରରେ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଅଧ୍ୟାପକ ଲଳିତ ମୋହନ ମେହେର, ଗୌରହରୀ ନାଏକ,ଏନ ଏ ସି କାର୍ଯ୍ୟାଳୟରେ ଇଓ ଇଂ ମନରଞ୍ଜନ ପଣ୍ଡା, ପ୍ରଫୁଲ୍ଲ ପଟ୍ଟନାୟକ, ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ବୁଟୁପାଳିରେ ସାମାଜିକକର୍ମୀ ଇନ୍ଦ୍ରମଣୀ ମେହେରଙ୍କ ସମେତ ହଜାର ହଜାର ଭକ୍ତଙ୍କ ସମାବେଶରେ ସାହି ପରିକ୍ରମା କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଭୂମିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ନିର୍ଦ୍ଧେଶିକା ତଥା ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ, ବିଶିଷ୍ଟ ଗୋସେବକ କାର୍ତ୍ତିକ ମହାକୁଡ଼, ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ, କର୍ମଚାରୀ ଉର୍ମିଳା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ I

Leave A Reply

Your email address will not be published.