ସାଲକୀ ନଦୀରେ ପ୍ରବଳ ବନ୍ୟା; ବିଶିପଡା ଗ୍ରାମରେ ବନ୍ୟା, ଘର ଭାଙ୍ଗିଲା

ଫୁଲବାଣୀ -୨୦/୦୮ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏବେ ଗାଁ ଠୁ ସହର ସବୁଠି ବନ୍ୟାପାଣି ଲହଡି ମାରୁଛି l ଜିଲ୍ଲାରେ ଥିବା ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି l କେତକ ଗ୍ରାମରେ ପାଣି ପଶିଯିବା ଫଳରେ ଲୋକେ ବହୁ ଅସୁବିଧାର ସମୁଖୀନ ହେଇଛନ୍ତି l ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡା ଗ୍ରାମର ହାଟପଦା ସାହି ମୁଖ୍ୟ ରାସ୍ତାରେ ଦୁଇ ରୁ ତିନି ଫୁଟ ଉଚ୍ଚରେ ବର୍ଷା ପାଣି ଚାଲିବା ଫଳରେ କେତକ ଘରେ ମଧ୍ୟ ପାଣି ପଶିଛି l ଲଗାଣ ବର୍ଷା ଯୋଗୁଁ କେତେଜଣଙ୍କ ଘର କାନ୍ଥ ମଧ୍ୟ ଭୁଶୁଡି ଯାଇଛି l ଲୋକେ ରାତି ତମାମ ନ ଶୋଇ ହଇରାଣ ହେଉଛନ୍ତି l ଘରୁ ପାଣି କାଢିବାରେ ବ୍ୟସ୍ତ l ଏପଟେ ପାଣି ଘରେ ପଶିଯିବା ସହ ବିଷାକ୍ତ ସାପ ଭୟ ମଧ୍ୟ ରହିଛି l ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l

Leave A Reply

Your email address will not be published.