ଇମ୍ପରିୟଲ କଲେଜର ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼ : ଇମ୍ପରିୟଲ କଲେଜର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ୨୦୦୮ ରେ ଆରମ୍ଭ ହୋଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏହି ପ୍ରଥମ ସେଲଫ୍ ଫାଇନାନ୍ସ ଡିଗ୍ରୀ ମହାବିଦ୍ୟାଳୟ ୧୪ ବର୍ଷ ସଂପୂର୍ଣ୍ଣ କରିଛି । ଏହି ଅବସରରେ କଲେଜ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଲେଜର ଗୌରବମୟ ଯାତ୍ରା ବିଷୟରେ ଚେୟାରମେନ ଦିପକ ଗୋୟଲ ବିଶଦ ସୂଚନା ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଓ ଅଧ୍ୟାପିକା ଝରଣା ଦାଶଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜରେ କାମ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ୍‌ୁ ସମ୍ମାନିତ କରାଯାଇଥିଲା । ଆଗାମୀ ଦିନରେ ଏହାକୁ ଏକ ଅଗ୍ରଣୀ କଲେଜରେ ଗଢ଼ି ତୋଲିବା ପାଇଁ ୧୫ ସୂତ୍ରୀ କାର୍ଯ୍ୟକ୍ରମ ଚେୟାରମେନ ଶ୍ରୀ ଗୋୟଲ ଘୋଷଣା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.