ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପ୍ରତିଷ୍ଠା ଦିବସ ପାଳନ

ବରଗଡ଼ — ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ପ୍ରତିଷ୍ଠା ଦିବସ ଅବସରରେ ତୃଟିପୂର୍ଣ୍ଣ ଇତିହାସ ସଂଶୋଧନ ପାଇଁ ଚେତାବନୀ । କେନ୍ଦ୍ରୀୟ ଆବାହକ ରବିନାରାୟଣ ସାହୁଙ୍କ ନେତୃତ୍ୱରେ ଏବଂ ଉପଦେଷ୍ଟା ପ୍ରଶାନ୍ତ ମାଝୀ, ସଂରକ୍ଷକ ତଥା ମାର୍ଗଦର୍ଶକ ଧବଳେଶ୍ଵର ସାହୁ, ଉପଦେଷ୍ଟା ରାଜକୁମାର ସେଠ, ପୂର୍ବତନ ଆବାହକ ଡ଼ ଗୌତମ ବିଶ୍ଵାଳ ଓ କାର୍ଯ୍ୟାଳୟ ସମ୍ପାଦକ ମୋହନ ଜଗତଙ୍କ ସଂଯୋଜନାରେ ଉସବ ପାଳନ ହୋଇଛି। ମାଣ୍ଡୋସିଲ, ଝାରବନ୍ଧ, ପଦ୍ମପୁରରୁ ବିଶାଳ ମଶାଲ ଶୋଭାଯାତ୍ରା ଆସି ମୁଖ୍ୟଛକ ଠାରେ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲ। ପାଇକମାଳ ଖେଳପଡିଆ ଠାରୁ ଶତାଧିକ ଲୋକଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବୀରବାଦ୍ୟର ତାଳେ ତାଳେ ନାଚି ନୃସିଂହନାଥ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ପହଞ୍ଚିଥିଲା। ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସମ୍ପତି ଘୋଷଣା ଓ ତ୍ରୁଟିପୂର୍ଣ୍ଣ ଭୁଲ ଇତିହାସର ସଂଶୋଧନ ନହେଲେ ଆଗକୁ ଆହୁରି ତୀବ୍ର ଆନ୍ଦୋଳନ ହେବ। ପାଟଣାଗଡ,ଖପ୍ରାଖୋଲ,ନୂଆପଡ଼ା,ବଲାଙ୍ଗୀରର ଶତାଧିକ ଗନ୍ଧମାର୍ଦ୍ଦନ ପ୍ରେମୀ ବାର୍ଷିକୋତ୍ସବରେ ଯୋଗଦାନ କରିଥିଲେ।

Leave A Reply

Your email address will not be published.