ଗମନାଗମନ ସୁବିଧା ଯୋଗାଇବାରେ ଫୁଲବାଣୀ ପୂର୍ତ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା

ଫୁଲବାଣୀ -୨୦/୦୮ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସ୍ଥାୟୀପ୍ରଶସ୍ତ ପିଚୁ ରାସ୍ତା ନିର୍ମାଣ କରି ଯୋଗାଯୋଗକୁ ସୁଦୃଢ କରିବାରେ ପୂର୍ତ୍ତ ବିଭାଗର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି l ପୂର୍ତ୍ତ ବିଭାଗ ପକ୍ଷରୁ ଫୁଲବାଣୀ ଡିଭିଜନ ଦ୍ୱାରା ଅନେକ ଅଞ୍ଚଳକୁ ସ୍ଥାୟୀ, ମଜଭୁତ ପିଚୁ ରାସ୍ତା ନିର୍ମାଣ କରାଯିବା ସହ ଆବଶ୍ୟକତା କୁ ଉପଲବ୍ଧି କରି ତୁରନ୍ତ ମରାମତି ମଧ୍ୟ କରାଯାଉଛିl ଫଳରେ ଲୋକେ ସୁବିଧା ଓ ଆରାମରେ ଯିବା ଆସିବା କରୁଥିବା ଦେଖାଯାଉଛି l ସହର ମଧ୍ୟରେ ମୁଖ୍ୟ ରାସ୍ତା ମରାମତି ଚାଲିଛି l ସରକୁଲାର ରାସ୍ତାର କିଛି ସ୍ଥାନରେ ପିଚୁ ଉଠିଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଜାଣି ସମ୍ପୃକ୍ତ ସ୍ଥାନ ଗୁଡିକ ଅତିଶୀଘ୍ର ମରାମତି କରାଯିବl ପୂର୍ତବିଭାଗ ଦାୟିତ୍ୱରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟ ବ୍ରତ ସାମନ୍ତରାୟଙ୍କ କାର୍ଯ୍ୟ ଦକ୍ଷତା, ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ବିଶେଷ ଜ୍ଞାନ କୌଶଳ, ସଚୋଟତା ଯୋଗୁଁ ସମ୍ଭବ ହୋଇପାରୁଥିବା କହିଛନ୍ତି l ଇଂ. ସାମନ୍ତରାୟ ଦାଇତ୍ୱ ଗ୍ରହଣ କରିବାପରେ ବିଭାଗ ପକ୍ଷରୁ ଅନେକ ନୂତନ ରାସ୍ତା ନିର୍ମାଣ କରାଯିବା ସହ ମରାମତି ହୋଇଥିବା ଯୋଗୁଁ ଗମନା ଗମନରେ ଯଥେଷ୍ଟ ଉନ୍ନତି ଘଟିଛି l ସେହିପରି ଅନେକ ସ୍ଥାନରେ ପୋଲ ମାନ ନିର୍ମାଣ ହୋଇଛି l କେବଳ ସେତିକି ନୁହେଁ ବହୁ ସରକାରୀ କ୍ୱାର୍ଟର, ସରକାରି କାର୍ଯ୍ୟାଳୟ, ସ୍ମାର୍ଟ ସ୍କୁଲ, ପ୍ରେସ କ୍ଲବ, ସମେତ ଉପଜ଼ିଲ୍ଲାପାଳଙ୍କ ଚାମ୍ବର ମଧ୍ୟ ବେଶ ଆକର୍ଷଣୀୟ କରାଯାଇଛି l ଏସବୁ ସମ୍ଭବ ହୋଇଛି ଏସ ଇ. ଇଂ. ସାମନ୍ତରାୟ ଓ ଯନ୍ତ୍ରୀ ସ୍ୱାଇଁଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ ଓ ଆଗ୍ରହ ଯୋଗୁଁ ବୋଲି କୁହାଯାଉଛି l ଆଗକୁ ଆହୁରି ଅନେକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଏସ ଇ ଇଂ. ପ୍ରିୟବ୍ରତ ସାମନ୍ତରାୟ କହିଛନ୍ତି l

Leave A Reply

Your email address will not be published.