ବୁଣାକାର ସମସ୍ୟା ନେଇ ସମୀକ୍ଷା

ବରଗଡ଼: ଆଜି ମାନ୍ୟବର ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ହସ୍ତତନ୍ତ ବୁଣାକାର ମାନଙ୍କ ସମସ୍ୟା ଉପରେ ଏକ ସମୀକ୍ଷା ବୈଠକ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଡାକିଥିଲେ। ଏହି ବୈଠକରେ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ମାନ୍ୟବର ବିଧାୟକ, ବରଗଡ, ଜିଲ୍ଲାପାଳ, ବରଗଡ଼, ବୟନ ଶିଳ୍ପ ବିଭାଗର ଅଧିକାରୀ , ବେହେରା ହସ୍ତତନ୍ତ କପଡ଼ା ବଜାରର ସଭାପତି ଅଯୋଧ୍ୟା ମେହେର ଓ କର୍ମକର୍ତ୍ତା ବୃନ୍ଦ, ବରପାଲି ମେହେର ସମାଜର ସଭାପତି ମହେନ୍ଦ୍ର କୁମାର ମେହେର, ବରପାଲି ବ୍ଲକ୍ ଅଧ୍ୟକ୍ଷ, ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ, ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ବିଶେଷ କରି ବେହେରା ସ୍ଥିତ ହସ୍ତତନ୍ତ କପଡ଼ା ବଜାରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।

Leave A Reply

Your email address will not be published.