ରାଇକିଆ ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ଖୋଲିଲା

ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସି

ଫୁଲବାଣୀ ୨୧/୦୮ ରାଇକିଆ ଆଦର୍ଶ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ଠାରୁ ଆରମ୍ଭ ହୋଇଛି ଏକାଦଶ ବିଜ୍ଞାନ ବିଭାଗ। ଏଥି ପାଇଁ ବିଧିବଦ୍ଧ ଭାବେ ଶିକ୍ଷାନୁଷ୍ଠାନ ପକ୍ଷରୁ ନାମ ଲେଖାଯିବା ପାଇଁ ଘୋଷଣା କରାଯାଇଛି। ଚଳିତ ମାସ ୧୭ ତାରିଖ ରୁ ୨୫ ମଧ୍ୟରେ ପଞିକରଣ କରିବାକୁ ଅନୁରୋଧ କରାଯାଇଛି। ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୨ ବିଜ୍ଞାନ ପାଇଁ ୮୦ ସିଟ ବ୍ୟବସ୍ତା କରାଯାଇଥିବା ବେଳେ ନିୟମିତ ଅଭିଜ୍ଞ ଷ୍ଟାଫ, ଇ ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ଫିଜିକ୍ସ, କେମିଷ୍ଟ୍ରି ବାୟୋଲୋଜି ,ଆଇସିଟି ଲାବ୍ ସୁବିଧା ରହିଛି। ସାଧାରଣରେ ଜଣେ ଗରୀବ, ଆଦିବାସୀ ଛାତ୍ର ଛାତ୍ରୀ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୋଇ ଶିକ୍ଷାନୁଷ୍ଠାନରେ ପଢିବାକୁ ଅସମର୍ଥ ହେଉଥିବା ବେଳେ ଉଚ୍ଚ ଶିକ୍ଷା କେବଳ ସ୍ୱପ୍ନ ହୋଇ ରହି ଯାଉଥିଲା। ଏଣିକି ଅଞ୍ଚଳବାସୀଙ୍କ ଏହି ଆଶା ପୂରଣ ହୋଇଛି। ଏକ ସୁସ୍ଥ ଓ ସୁନ୍ଦର ପରିବେଶ ମଧ୍ୟରେ ଉନ୍ନତମାନର ଶିକ୍ଷା ବ୍ଯବସ୍ଥା ଥିବା ଶିକ୍ଷାନୁଷ୍ଠାନରେ ନିଜ ପିଲାମାନେ ପଢିବେ ଏଥିରେ ଅଭିଭାବକ ମାନେ ଖୁସିବ୍ୟକ୍ତ କରିବା ସହିତ ସ୍ୱାଗତ କରିଛନ୍ତି। ଅନ୍ୟପଟେ ନିଜ ଗାଁରେ ରହି କମ ଖର୍ଚରେ ଏହିଭଳି ଶିକ୍ଷାନୁଷ୍ଠାନରେ ପଢିବେ ତାକୁ ନେଇ ବେଶ ଉତ୍ସାହିତ ରହିଛନ୍ତି ଛାତ୍ର ଛାତ୍ରୀ।

Leave A Reply

Your email address will not be published.