xmas

ଲଗାଣ ବର୍ଷାରେ ଭୁସୁଡ଼ିଲା ସ୍ମାର୍ଟ ହାଇସ୍କୁଲ ପାଚେରୀ

ଫୁଲବାଣୀ -୨୧/୦୮ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷାରେ ଚକାପାଦ ବ୍ଲକ ଅନ୍ତର୍ଗତ ଵପଲ ମେଁଡ଼ି ପଞ୍ଚାୟତର ସରକାରୀ ସ୍ମାର୍ଟ ସ୍କୁଲ ବିରୀଗାଁ ସ୍କୁଲ ପାଚେରୀ ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି l ତେବେ କେଇ ମାସ ତଳେ ଏହି ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭରଚୁୱାଲ ମୋଡ଼ରେ ଉଦଘାଟନ କରିଥିଲେ l ସ୍କୁଲ ରୁପlନ୍ତୀକରଣ ରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିଲା l ସବୁକିଛି ଠିକଠାକ ଭାବେ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା l କାମ ବି କୁଆଡେ ଭଲ ବି ହୋଇଥିଲା l ତେବେ ଲଗାଣ ବର୍ଷା ଫଳରେ ବର୍ଷା ପାଣି ନିଷ୍କାସିତ ହୋଇ ନପାରି ଜମି ରହିବାରୁ ବୋଧ ହୁଏ ପାଚେରୀର କିଛି ଅଂଶ ଭୁସୁଡ଼ିପଡି ଥିବା ଯନ୍ତ୍ରୀ କହୁଛନ୍ତି l ବର୍ଷା ଛାଡିଲେ ଅତିଶିଘ୍ର ମରାମତି କରାଯିବ ବୋଲି ଯନ୍ତ୍ରୀ କହିଛନ୍ତି l ତେବେ ଯଥାଶୀଘ୍ର ମରାମତି କାରବାଲାଗି ଗ୍ରାମବାସି ଦାବୀ କରିଛନ୍ତି l

Leave A Reply

Your email address will not be published.