ମାଲକାନଗିରି : ୨୧/୦୮/୨୨ ଅଗଷ୍ଟ ୨୧ ମାଥିଲି ଗୁଳିକାଣ୍ଡରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ସହିଦଙ୍କ ଦେଶ ପାଇଁ ଉତ୍ସର୍ଗ କୁ ମନେ ପକାଇ ଆଜି ମାଥିଲି ଠାରେ ଅଗଷ୍ଟକ୍ରାନ୍ତି ଦିବସ ପାଳନ କରାଯାଇଛି।ପ୍ରଥମେ ଏକ ବିରାଟ ମଶାଲ ଶୋଭାଯାତ୍ରା ସହିଦ ଲକ୍ଷ୍ମଣ ନାୟକ ସ୍ମୃତି ଭବନ ଠାରୁ ବାହାରି ବସ ଷ୍ଟାଣ୍ଡ ଥରେ ଥିବା ସହିଦଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟ ଦେଇ ମାଥିଲି ଥାନା ପରିସରରେ ଥିବା ଗୁଳିକାଣ୍ଡ ସ୍ତମ୍ଭ ନିକଟରେ ପହଞ୍ଚିଥିଲା।ସେଠାରେ ଏକ ବିରାଟ ସଭା ଆୟୋଜନ ହୋଇଥିଲା।ଏହା ପରେ ସ୍ଥାନୀୟ ସ୍ମୃତି ଭବନରେ ମଶାଲ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଆୟୋଜିତ ସହିଦ ସ୍ମୃତି ସଭାରେ ସମସ୍ତ ଲୋକ ପ୍ରତିନିଧି ବୀର ସହିଦ ଙ୍କ ସ୍ମୃତି ଚାରଣ କରିଥିଲେ।ଏହି ବିଶାଳ ମଶାଲ ଶୋଭାଯାତ୍ରାରେ ରେ ଜିଲ୍ଲା ତଥା ମାଥିଲି ବ୍ଲକର ଜନ ସାଧାରଣଙ୍କ ତଥା ସମସ୍ତ ଛାତ୍ର ଛାତ୍ରୀଙ୍କ ଅଭୂତ ପୂର୍ବ ସହଯୋଗ ଓ ବୀର ସହିଦଙ୍କ ପ୍ରତି ସମ୍ମାନ ଜ୍ଞାପନ କରିଛନ୍ତି । ଏହି ସହିଦ ଦିବସ ପାଳନ ଅବସରରେ ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାନ୍ୟବର ବିଧାୟକ କୋଟପାଡ଼ ପଦ୍ମିନୀ ଦିଆନଙ୍କ ,ଚିତ୍ରକୋଣ୍ଡା ବିଧାୟକ ପୁର୍ନ ଚନ୍ଦ୍ର ବାକା ଓ ମାଲକାନଗିରି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଙ୍କ ସହ ସହିଦଙ୍କ ପରିବାର,ବହୁ ବରିଷ୍ଠ ବୁଦ୍ଧିଜୀବୀ ,ସ୍ଥାନୀୟ ଜନ ସାଧାରଣ ଯୁବ ଛାତ୍ର ଛାତ୍ରୀ,ଜିଲ୍ଲାର ସମସ୍ତ ନେତୃବୃନ୍ଦ ଓ ଦେଶ ପ୍ରେମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ନିର୍ବାହ କରିଥିଲେ।

