xmas

ସ୍ୱାଭିମାନ ଅଞ୍ଚଳରୁ ୧୫୦ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ପୋଲିସ କୁ ବହୁତ ବଡ଼ ସଫଳତା ସ୍ୱାଭିମାନ ଅଞ୍ଚଳ ର ୧୫୦ ଜଣ ମାଓବାଦୀ ମାଲକାନଗିରି ଏସପି ନୀତେଶ ୱାଧ୍ଵନୀ ଏବଂ ବି ଏସ ଫ୍ ଡି ଆଇ ଜି ଏସ୍ କେ ସିହ୍ନା ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ ଚିନ୍ତା ଧାରା ଠାରୁ ନିଜକୁ ମୁକ୍ତ ରଖିଲେ ମାଲକାନଗିରି ଜିଲ୍ଲାର ବଡାପଡା ଥାନା ଅନ୍ତର୍ଗତ ରାଲେଗାଡ଼ା ଓ ଧୂଳିପୁଟ ପଞ୍ଚାୟତବାସୀ । ସ୍ୱାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତରେ ୧୫୦ରୁ ଉର୍ଦ୍ଧ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇ ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ । ଏହି ଅଞ୍ଚଳରେ ବିଏସଏଫ କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ଗଡ ଭୁଶୁଡି ପଡିଲା ଯାହା ଫଳରେ ଏହି ଅଞ୍ଚଳରେ ହେଉଥିବା ବିକାଶକୁ ଦେଖି ଆଜି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।

ଆଜି ଗୁରୁପ୍ରିୟ ସେତୁ ନିକଟରେ ବିଏସଏଫ କେମ୍ପ ନିକଟରେ ବିଏସଏଫ ଡିଆଇଜି ଏସ କେ ସିହ୍ନା ଓ ମାଲକାନଗିରି ଏସପି ନୀତେଶ ୱାଧ୍ଵ।ନିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ୧୫୦ରୁ ଉର୍ଦ୍ଧ୍ବ ମିଲସିଆ ଓ ପରିବାର ଲୋକଙ୍କ କହିବା ଅନୁସାରେ ଆଗେ ସେମାନେ ମାଓବାଦୀଙ୍କ ଭୟରେ ମାଓ ସମର୍ଥନ କରି ବିଭିନ୍ନ ମାଓ ହିଂସା କାଣ୍ଡରେ ଜଡ଼ିତ ରହୁଥିଲେ। ଏହି ଅଞ୍ଚଳରେ ଅଞ୍ଚଳବାସୀଙ୍କ ଘରଦ୍ୱାର ପୋଡିବା ,ପ୍ରଜା କୌର୍ଟ କରି ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଦଣ୍ଡ ଦେଇ ଭୟଭୀତ କରାଉ ଥିଲେ। ଏବେ ସୁରକ୍ଷା କ୍ୟାମ୍ପ ପ୍ରତିଷ୍ଠା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯୋଜନାରେ ସାମିଲ ହେବା ଓ ନିଜର ପରିବାର ସହ ଶୁଖ ଶାନ୍ତିରେ ରହିବା ଉଦେଷ୍ୟରେ ଆତ୍ମସମର୍ପଣ କରିଥିବା ପ୍ରତିକ୍ରିୟା ଦେଇଛନ୍ତି।

ପୋଲିସ ଓ ବିଏସଏଫଙ୍କ ସହାୟତାରେ ଏହି ୧୫୦ ଜଣ ମାଓବାଦୀ ମାଓବାଦୀଙ୍କ ହାତ ଛାଡି ଘର ବାହୁଡା ହୋଇ ମୁଖ୍ୟ ସ୍ରୋତରେ ସାମିଲ ହେଲେ ।ମାଲକାନଗିରି ଏସପି କହିଛନ୍ତି ସ୍ୱାଭିମାନ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ମାଓବାଦୀ ମାନେ ହିଂସାକୁ ପରିତ୍ୟାଗ କରି ମୁଖ୍ୟ ସ୍ରୋତ ରେ ସାମିଲ ହୋଇପାରିଛନ୍ତି । ଏଠ।ରେ ଉଲ୍ଲେଖ ଯୋଗ୍ୟ ପୂର୍ବରୁ ମଧ୍ୟ ଗତ ଜୁନ ମାସରେ ଯନ୍ତ୍ରୀ ଠାରେ ପ୍ରଥମେ ୫୦ ଜଣ ମିଲେସିଆ ମାଓବାଦୀ ଏବଂ ପରେ ୨୯୫ ମିଲେଶିଆ ମାଓବାଦୀ ମାନେ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

Leave A Reply

Your email address will not be published.