ଅନନ୍ୟ ରାଜନେତା ସମାରି ତାଙ୍ଗୁଲ

ଚିତ୍ରକୋଣ୍ଡା: ମଣିଷ ଯେତେ ଉପରକୁ ଉଠୁ ପଛେ ନିଜ ମାଟି, ବୃତ୍ତି ଓ ପରମ୍ପରା ସଂକୁତି କୁ କେବେ ଭୁଲି ନଥାଏ । ସେଇଭଳି ଜଣେ ରାଜନେତା ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡା ଗ୍ରାମର ସେ ଜଣେ ଚାଷୀ ପରିବାର ର ଝିଅ ତଥା ସେ ଗ୍ରାମର ବୋହୁ. ବଡ଼ପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିଲେ ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ଆଗ ଧାଡ଼ିର ଜଣେ ଦକ୍ଷ ମହିଳା ଥିଲେ , ତାଙ୍କ ଜୀବନୀ ଜମି କାମରୁ ଆରମ୍ଭ କରି ପ୍ରଥମେ ଏକଲ ବିଦ୍ୟାଳୟରେ ଆଚାର୍ଯ୍ୟ ଭାବରେ ବିଭିର୍ଣ୍ଣ ଶିକ୍ଷା ପ୍ରଦାନ କରିବା ପରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ସିଆରପି ଭାବରେ କାମ କରି ସ୍ୱାଭିମାନ ଅଞ୍ଚଳରେ ମହିଳା ମାନଙ୍କୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଜନୀତି କଣ ଜାଣିନଥିଲେ ହଠାତ ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିଲା ଭଳି ବିଜୁ ଜନତା ଦଳ ତରଫରୁ ଜ଼ିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ବିଜୟ ହୋଇ ମାଲକାନଗିରି ଜ଼ିଲ୍ଲା ପରିଷଦ ଅଧକ୍ଷା ହେବାର ସୌଭାଗ୍ୟ ପାଇଥିଲେ । ଯିଏକି ଭାରତ ସ୍ୱାଧୀନତା ୭୪ ବର୍ଷ ପରେ ପ୍ରଥମେ ମାଲକାନଗିରି ଜ଼ିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ଜ଼ିଲ୍ଲା ରାଜନୀତି ରେ ପାଦ ଥାପିବା ର ସୁଯୋଗ ପାଇଛନ୍ତି । ନହେଲେ ଆଜି ସୁଦ୍ଧା ଚିତ୍ରକୋଣ୍ଡା ଅଞ୍ଚଳରୁ ନା କେହି ବିଧାୟକ, ସାଂସଦ ନା ଜ଼ିଲ୍ଲା ପରିଷଦ ଅଧକ୍ଷା ପ୍ରାର୍ଥୀ ହୋଇନଥିଲେ । ଆଜି ଚିତ୍ରକୋଣ୍ଡା ତଥା ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗୌରବ ଅର୍ଜନ କରି କାମ କରି ଏସ ଛନ୍ତି। ଜ଼ିଲ୍ଲା, ଦଳ କଥା ଓ କାମ ସାରିବା ପରେ ମଧ୍ୟ ଭୁଲିନାହାନ୍ତି ତାଙ୍କ କୌଳିକ ବୃତ୍ତି କୁ ଗାଁ ମାଟିକୁ ଏବେବି ସମୟ ପାଇଲେ ନିଜ ଜମିରେ ଅଣ୍ଟାରେ ଗାମୁଛା ଭିଡି ଜମିରେ ଧାନ ରୋପିବାକୁ ପଛେଇ ନାହାନ୍ତି । ଉଚ୍ଚ ପଦ ଉଚ୍ଚତାକୁ ଯାଇଥିଲେ ମଧ୍ୟ ଭୁଲିନାହାନ୍ତି ନିଜ ଗାଁ ମାଟି ପାଣି ପବନ ଓ ନିଜର ଜମିର କାମକୁ । ନିଜର ଚାଷୀକୁ ଆଗେଇନେବା ପାଇଁ ସ୍ୱାମୀଙ୍କୁ ଏବେବି ଚାଷ କାମରେ ସହଯୋଗ କରି ଆଗେଇନେଉଛନ୍ତି ସମାରି । ନା ଉଚ୍ଚ ପଦବୀ ପାଇ ଅଛି ତାଙ୍କ ମନରେ ଗର୍ବ ହସ ହସ ମୁହଁରେ ଲୋକଙ୍କ ପାଖରେ ଅସୁବିଧା ଭଲ ମନ୍ଦରେ ପହଞ୍ଚି ଠିଆ ହେବା ସହିତ ନିଜ ପରିବାର ନିଜ ଘରର ପ୍ରତେକ କାମରେ ଆଗେ ଆସି ପହଞ୍ଚି ଯାଉଛନ୍ତି । ମାଲକାନଗିରି ଜ଼ିଲ୍ଲା ଚିତ୍ରକୋଣ୍ଡା, ତଥା ସ୍ୱାଭିମାନ ଅଞ୍ଚଳରେ ମହିଳାମାନଙ୍କୁ ଆଗକୁ ନେବାକୁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.