xmas

“ଆଶୀର୍ବାଦ” ଙ୍କ ଉପରେ ବିଜେଡିର ଆଶୀର୍ବାଦ।

ଦକ୍ଷତାକୁ ନେଇ ଆଶୀର୍ବାଦ ହେଲେ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ।

ବାରିପଦା,୨୨/୦୮ ବିଜେଡି ଦଳୀୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ନୂତନ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି ଅବସରରେ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ମୟୁରଭଞ୍ଜ ଜିଲ୍ଲାର ଦକ୍ଷ ଛାତ୍ରନେତା ଆଶୀର୍ବାଦ ଦାସଙ୍କୁ ମନୋନୀତ କରାଯାଇଛି। ଆଶୀର୍ବାଦ ଗତ ୧୦ ବର୍ଷ ହେବ ବିଜେଡିରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଆଗ ଧାଡିରେ ଥିବା କଲେଜ ମାନଙ୍କ ଛାତ୍ର ନିର୍ବାଚନରେ ନେତୃତ୍ବ ନେବା ସହିତ ଦଳୀୟ ରାଜନୀତିରେ ମଧ୍ୟ ସକ୍ରିୟ ରହିଥିଲେ।ତେବେ ଆଶୀର୍ବାଦଙ୍କ ନିଷ୍ଠା,ଦକ୍ଷତା,ମିଷ୍ଟଭାସି,ବିଚକ୍ଷଣ କାର୍ଯ୍ୟଶୈଳୀ, ଶୃଙ୍ଖଳିତ କର୍ମୀ ଏବଂ କାର୍ଯ୍ୟଧାରାକୁ ଦୃଷ୍ଟିରେ ରଖି ବିଜେଡି ଦଳ ଆଶୀର୍ବାଦ ଙ୍କ ଉପରେ ବିଶ୍ୱାସ ରଖି ବିଜୁ ଛାତ୍ର ଜନତା ଦଳକୁ ଆହୁରି ସଂଗଠିତ ଏବଂ ସୁଦୃଢ କରିବା ଉଦେଶ୍ୟରେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟ ସମ୍ପାଦକ ଭାବେ ଚୟନ କରାଯାଇଛି।
ଏହି ସଫଳତା ପାଇଁ ଆଶୀର୍ବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସହ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କା, ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇ ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଜୁ ଜନତା ଦଳର ନେତୃମଣ୍ଡଳୀ ଓ କର୍ମକର୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।ତେବେ ଆଗାମୀ ଦିନରେ ଦଳର ଛାତ୍ର ସଂଗଠନକୁ ଜିଲ୍ଲା ସମେତ ସାରା ରାଜ୍ୟରେ ମଜବୁତ କରିବା ସମେତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ସାକାର କରିବା ନିମନ୍ତେ ଲୋକଙ୍କ ନିକଟରେ ପହଞ୍ଚିବାର ଦିଗରେ ଧ୍ୟାନ ଦେବେ ବୋଲି ଆଶୀର୍ବାଦ ଦାସ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.