ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

ଫୁଲବାଣୀ -୨୨/୦୮ ବାଲିଗୁଡା ଥାନା ବାଟାଗୁଡା ଅଞ୍ଚଳରେ ଅଭାବନିୟ ଘଟଣା ଘଟିଛି l ଭାଲୁ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି l ସକାଳୁ ସକାଳୁ ବାପା ବାଞ୍ଛା ମଲିକ , ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ତ ଜଙ୍ଗଲକୁ ଶିଆଳି ପତ୍ର ତୋଳିବା ପାଇଁ ଯାଇଥିବାବେଳେ ଜଙ୍ଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା l ଫଳରେ ସ୍ତ୍ରୀ ବୁଡାଳି ମଲିକର ମୃତ୍ୟୁ ଘଟିଥିଲା l ଏମାନଙ୍କ ଘର ଵାଟଗୁଡ଼ା ନିକଟ ଟଙ୍ଗମ ଗ୍ରାମରେ l ଆହତ ବାପ ଓ ଝିଅଙ୍କୁ ଚିକିତ୍ସା ପାଈଁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଖବର ପାଇ ତୁମୁଡିବନ୍ଧ ରେଞ୍ଜର ଲଳିତ ନାୟକ, ବାଟାଗୁଡା ସରପଞ୍ଚ ପ୍ରତାପ ମଲିକ ପହଂଚି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ l ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବିଷୟ ଥାନାଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l

Leave A Reply

Your email address will not be published.