ଚାଷ ଜମିରେ ବୁଡି ୨ ଶିଶୁଙ୍କ ମୃତ୍ୟୁ

ଫୁଲବାଣୀ -୨୨/୦୮ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ସୂଚନାଯୋଗ୍ୟ ଯେ, ଗ୍ରାମର ଦୁଇ ପରିବାର ଲୋକେ ସନ୍ଧ୍ୟାସମୟରେ କୁଆଡେ ବିଲ ଦେଖିବାକୁ ଯାଇଥିବାବେଳେ ତାଙ୍କ ସହ ଦୂଇ ଶିଶୁ ମଧ୍ୟ ବିଲକୁ ଯାଇଥିଲେ l ହେଲେ ବିଲରେ ବର୍ଷାପାଣି ଭର୍ତ୍ତି ହୋଇଥିବାରୁ ଜାଣି ନପାରି ବିଲକୁ ପଶୀ ଯାଇଥିଲେ l ଆଉ ପାଣିରେ ବୁଡ଼ିଯିବା ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା l ପୁଅର ବୟସ ୭ ବର୍ଷ ହୋଇଥିବା ବେଳେ ଶିଶୁକନ୍ୟାର ବୟସ ୫ ବର୍ଷ l ମୃତ୍ୟୁ ଖବର ପାଈବା ପରେ ଗ୍ରାମରେ ଶୋକରଛାୟା ଖେଳିଯାଇଥିଲା l ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଈଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି l ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l

Leave A Reply

Your email address will not be published.