xmas

ସମ୍ବଲପୁରି ସାହିତ୍ୟର ବ୍ୟାପ୍ତି ଓ ଗଭୀରତା ଅକଳନୀୟ

ବରଗଡ଼: ସମ୍ବଲପୁରି କାବ୍ୟ କବିତା ଯେପରି ଉନ୍ନତ ଓ ସୁଦୂରପ୍ରସାରୀ ଗଦ୍ୟ ସାହିତ୍ୟ ମଧ୍ୟ ସେହିପରି ସମୃଦ୍ଧ ଓ ଆକର୍ଷଣୀୟ । ଶ୍ରଦ୍ଧାଶୀଳ ଲେଖକ ଓ ହୃଦୟଗ୍ରାହୀ ପାଠକଙ୍କ ସମନ୍ମୟ ଯୋଗୁଁ ସମଲପୁରି ସାହିତ୍ୟର ବ୍ୟାପ୍ତି ଓ ଗଭୀରତା ଆକଳନୀୟ ବୋଲି ପୁସ୍ତକ ଉନ୍ମୋଚନ ସଭାରେ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ । ସମ୍ଵଲପୁରି ସାହିତ୍ୟ ପରିଷଦ ବରଗଡ଼ ଦ୍ୱାରା ଆୟୋଜିତ ତଥା ପ୍ରଫେସର କେସରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରାକ୍ତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଓ ବିଧାୟକ ଦେବେଶ ଆଚାର୍ଯ୍ୟ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରି ସମ୍ବଲପୁରି ଭାଷାରେ ଉନ୍ନତ ସାହିତ୍ୟ ସୃଷ୍ଟି ଯୋଗୁଁ ଏ ଭାଷାର ଭବିଷ୍ୟତ ଉଜ୍ଜ୍ବଳମୟ ବୋଲି ମତ ରଖିଥିଲେ ।ଏହି ଅବସରରେ ସମଲପୁରି ସାହିତ୍ୟ ପରିଷଦର ଛ ମାସିକ ପତ୍ରିକା’କଥା ଆର୍ କଥାନି’,କଥାକାର ଧନପତି ମହାପାତ୍ରଙ୍କ ଉପନ୍ୟାସ , ‘ରିକସାବାଲା’ଓ ଗଳ୍ପ ସଂକଳନ ,’ଖେଲ୍ ନୁହେଁ ସରେ ‘କୁ ଅତିଥିବୃନ୍ଦ ଉନ୍ମୋଚନ କରିଥିଲେ । ‘କଥା ଆର୍ କଥାନି’ ପତ୍ରିକାର ସମୀକ୍ଷା କରିବାକୁ ଯାଇ ଅଧ୍ୟାପିକା ସଂଘମିତ୍ରା ମିଶ୍ର ଆମ ମାତୃଭାଷାର ପରିକ୍ଷା ନିରୀକ୍ଷା କରି ଉନ୍ନତ ଗଳ୍ପ ସୃଷ୍ଟି ହୋଇଛି ବୋଲି ମତ ରଖିଥିଲେ। ପ୍ରଫେସର ଡଃ ସୁଜିତ କୁମାର ପୃଷେଠ୍ ‘ରିକସାବାଲା’ ଉପନ୍ୟାସ ତଥା ଡଃ ଅଶୋକ କୁମାର ମହାପାତ୍ର ‘ଖେଲ୍ ନୁହେଁ ସରେ’ କଥାନି ପୁସ୍ତକର ଆଙ୍ଗୀକ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ସଙ୍ଗୀତଜ୍ଞ ଶରତ ଚନ୍ଦ୍ର ପାଢ଼ୀଙ୍କ ପ୍ରାରମ୍ଭିକ ସଙ୍ଗିତ ଗାନ ପରେ ପରିଷଦର ସଂପାଦକ ଉତ୍ପନ୍ନ କୁମାର ଭୋଇ ସ୍ୱାଗତ ଅଭିଭାଷଣ ଓ ସହ ସଂପାଦକ ତେଜରୁ ବାରିକ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ କଥା ଆର୍ କଥାନିରେ ସ୍ଥାନୀତ କଥାନିର ସ୍ରଷ୍ଟା ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଧାୟକ ଶ୍ରୀ ଆଚାର୍ଯ୍ୟ ସମ୍ମାନୀତ କରିଥିଲେ। ଶେଷରେ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମଧ୍ୟାହ୍ନ ବିରତି ପରେ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ନାରାୟଣ ଭୋଇ ଓ କବିୟତ୍ରୀ ନମିତା ଯାଦବଙ୍କ ସଂଯୋଜନାରେ ସମଲପୁରି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବଶ୍ରୀ ଡିଲେଶର ସାହୁ, ମୋହିତ ସାହୁ, ଗୈ।ର ଚରଣ ସା, ନିତ୍ୟାନନ୍ଦ ଭୋଇ, ରଂଜିତ ପ୍ରଧାନ, ଦିଲ୍ଲୀପ ସାହୁ, ଦେବାନନ୍ଦ ସାହୁ, କୁଶବନ୍ତ ଗଡତିଆ, ନମିତା ଦୀପ ଯାଦବ, କୁମୁଦ ବାରିକ୍, ସୁବାଷ ମେହେର, ସୁଦାମା ଠେଟୁଆ, ପ୍ରହଲ୍ଲାଦ ମେହେର, ବୁଦ୍ଦଦେବ ଠେଟୁଆ, ସ୍ୱର୍ଣ୍ଣପ୍ରଭା କର, ସୁହାନି ମେହେର, ସରୋଜ ସାହୁ, ବୈରାଗୀ ସାହୁ, ରସାନନ୍ଦ ଭୂଏ ,ସୁଶୀଲ ବୁଦ୍ଦିଆ, ସରୋଜ କୁମାର ଆଚାର୍ଯ୍ୟ, ତରଣିସେନ ପ୍ରଧାନ, ଦୈତାରୀ ବିଶ୍ୱାଲ, ସନ୍ତୋଷିନୀ ନାଗ, ମୁନିରାମ କୁମ୍ଭାର, ସୁରେଶ କୁମାର ଭୋଇ, ଡିଲେସ ମେହେର, ସୁରେନ୍ଦ୍ର ମେହେର, ଖେତ୍ରବାସୀ ମେହେର, ଉମେସ୍ ପ୍ରଧାନ, ସୁଶାନ୍ତ ଭୋସାଗର, ମୋହନ ମହାନନ୍ଦ , ମନୋଜ ବାଗ, ମାନସ ରଞ୍ଜନ ଦାଶ, ଜଟାଧାରୀ ପଧାନ, ଲଖ୍ମଣ ମଲ୍ଲିକ, ଗୋପାଲ ଭେସରା ପ୍ରମୁଖ ସ୍ୱରଚିତା କବିତା ପାଠ କରିଥିଲେ।

Leave A Reply

Your email address will not be published.