ବାରିପଦା – ତା :- ୨୨/୦୮/୨୨ ରିଖ ବାରିପଦା ପୌରପାଳିକା ଅଧିନ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ଆକର୍ଷଣୀୟ କରିବା ପାଇଁ ଉକ୍ତ ଶ୍ରେଣୀକୁ ସ୍ମାର୍ଟ କ୍ଲାସରେ ରୂପାନ୍ତରିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣନନ୍ଦ ମହାନ୍ତି ସ୍ମାର୍ଟ କ୍ଲାସର ଉଦଘାଟନ କରିବା ସହ କୁନିକୁନି ପିଲାମାନଙ୍କ ପାଇଁ ଏହା ଏକ ପ୍ରୟାସ ବୋଲି ପ୍ରକାଶ କରିଥିଲେ। ତତସହିତ ପିଲାମାନଙ୍କ ପାଇଁ ବେଞ୍ଚଡେସ୍କ, ଷ୍ଟେଜ ଓ ଖେଳପଡିଆର ନବୀକରଣ ତଥା ପାଚେରୀର ଉଚ୍ଚତା ବୃଦ୍ଧି କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ଯୋଗ ଦେଇ ମାତ୍ର କିଛି ବର୍ଷ ମଧ୍ୟରେ ବିଦ୍ୟାଳୟର ବିକାଶ ପାଇଁ ସମସ୍ତଙ୍କର ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରଭାତୀ ପଟ୍ଟନାୟକ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ପିଲାମାନଙ୍କର ସଫଳତା ବିଦ୍ୟାଳୟ ପାଇଁ ସୁନାମ ଆଣିଦେଇଛି। ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି, ଏହି କାର୍ଯ୍ୟକ୍ରମ ପାଇଁ କୋଡିଏ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ପ୍ରଫେସର ସୂର୍ଯ୍ୟ ନାରାୟଣ ଷଢଙ୍ଗୀ, ସନ୍ତୋଷ ପଟ୍ଟନାୟକ, ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଉନ୍ନତି ପାଇଁ ପ୍ରଧାନ ଶିକ୍ଷକ ସୋମନାଥ ସିଂହ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ହଷ୍ଟେଲର ସମସ୍ତ କର୍ମଚାରୀଙ୍କ ପ୍ରୟାସକୁ ଭୁୟୀୟସୀ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି ଏଭଳି ଅଭିନଵ ପ୍ରୟାସ ସମଗ୍ର ଜିଲ୍ଲାରେ ପ୍ରଥମ ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।ଶିକ୍ଷକ ଗଣେଶ ବେହେରା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
