୧୩ ଫୁଟର ଅଜଗର ଉଦ୍ଧାର

ଚିତ୍ରକୋଣ୍ଡା :-୨୩/୦୮/୨୨- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଷ୍ଟାଫ କୁୱାଟର ପଛ ପଟୁ ଗଲାକାଲି ରାତି ଦଶ ଘଟିକା ସମୟରେ ସାପ ଘର ପଛ ପଟୁ ଘର ଭିତରକୁ ଆସିବାକୁ ଚେଷ୍ଟା କରୁଥିବା ଦେଖି ରହୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଭୟଭୀତ ହୋଇ ପଡ଼ିଥିଲେ ତତକ୍ଷଣାତ ମେଡିକାଲ କତୃପକ୍ଷଙ୍କୁ ଜଣାଇଥିଲେ l କତୃପକ୍ଷ ସଙ୍ଗେ ସଙ୍ଗେ ସାର ଧରାଳି ଚିତ୍ରକୋଣ୍ଡା ନିକଟସ୍ଥ ବେନିଆଗୁଡାର ମାଧବ କୁଶପାରିଆଙ୍କୁ ଜଣାଇ ଧରି ଆସିଥିଲେ l ମାଧବ ୧୩ ଫୁଟର ୧୨ କେଜି ବିଶିଷ୍ଟ ଅଜଗର ସାପକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା l ସାପଟିକୁ ଉଦ୍ଧାର କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲା l

Leave A Reply

Your email address will not be published.